ପ୍ରଥମ ଥର ପାଇଁ ବିଗବସ୍‌ ଓଟିଟି ୨ର ଫାଇନାଲ ରବିବାର ନୁହେଁ ସୋମବାର ହେବ ! ଜାଣନ୍ତୁ କାରଣ

ଟିଭି ଦୁନିଆର ଲୋକପ୍ରିୟ ସୋ ‘ବିଗ୍‌ ବସ୍‌ ଓଟିଟି ୨’ ର ଫାଇନାଲ ରବିବାର ନୁହେଁ ବରଂ ସୋମବାର ହେବ । ଏହି ସିଜିନ୍‌ରେ ପ୍ରଥମ ଥର ଭାଇଜାନଙ୍କୁ ସୋମବାର ହୋଷ୍ଟ କରିବାର ଦେଖିବାକୁ ପାଇବେ ଦର୍ଶକ । ନିଷ୍ପତ୍ତି ନେଲେ ସୋ ର ମେକର ।

‘ବିଗ୍‌ ବସ୍‌ ଓଟିଟି ୨’ ର ଫାଇନାଲ୍‌ ରବିବାର ନୁହେଁ ବରଂ ସୋମବାର ହେବ । ‘ବିଗ୍‌ ବସ୍‌ ଓଟିଟି ୨’ ଟିଭି ଦୁନିଆର ଏକ ଲୋକପ୍ରିୟ ରିଆଲିଟି ସୋ । ଏହି ସୋ ର ଫାଇନାଲ୍‌ ଖୁବ୍‌ଶୀଘ୍ର ହେବାକୁ ଯାଇଛି । ତେବେ ଏହିଥର ସୋ ର ଫାଇନାଲ୍‌ କିଛି ଭିନ୍ନ ହେବାକୁ ଯାଉଛି । ବିଗ୍‌ ବସ୍‌ ସୋ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଏହି ସୋ ର ଅନେକ ସିଜିନ୍‌ ସରିଛି । ସେଥିରୁ ୧୬ ଟି ସିଜିନ୍‌ ଟିଭିରେ ଓ ୨ ସିଜିନ୍‌ ଓଟିଟିରେ ଆସିଛି । ବର୍ତ୍ତମାନ ଏହି ସୋ ଜିଓ ସିନେମା ଓ ଟିଭିରେ ଦେଖିବା ପାଇଁ ମିଳୁଛି ।

ଏହି ରିଆଲିଟି ସୋ ହିନ୍ଦୀ ଭାଷା ବ୍ୟତୀତ ତେଲୁଗୁ, ତାମିଲ, ମାଲାୟାଲମ୍‌, ବଙ୍ଗାଳି,ଓ ମରାଠୀ ଭାଷାରେ ଦର୍ଶକଙ୍କ ସାମ୍ନାକୁ ଆସିଛି । ବିଗ୍‌ ବସ୍‌ ର ସମସ୍ତ ସିଜିନର ଫାଇନାଲ୍‌ ଶନିବାର ଓ ରବିବାର ହୋଇଥାଏ । ହେଲେ ବିଗ୍‌ ବସ୍‌ ର ଇତିହାସରେ ପ୍ରଥମ ଥର ପାଇଁ ଏହି ସୋ ର ଫାଇନାଲ୍‌ ରବିବାର ନୁହେଁ ସୋମବାର ହେବାକୁ ଯାଉଛି ।

ସୂଚନା ଅନୁସାରେ, ଅଗଷ୍ଟ ୧୩ ବା ରବିବାର ଦିନ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ T20 ମ୍ୟାଚ୍‌ ହେବାକୁ ଯାଉଛି । ସେଥିପାଇଁ ବିଗ୍‌ ବସ୍‌ ର ମେକର ‘ବିଗ୍‌ ବସ୍‌ ଓଟିଟି ୨’ ର ଫାଇନାଲ୍‌କୁ ସ୍ଥଗିତ ରଖିଛନ୍ତି । କାରଣ ଯେପରି ‘ବିଗ୍‌ ବସ୍‌ ଓଟିଟି ୨’ ଜିଓ ସିନେମାରେ ଆସୁଛି । ସେହିପରି ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌  ମଧ୍ୟରେ T20 ମ୍ୟାଚ୍‌ ମଧ୍ୟ ଜିଓ ସିନେମାରେ ଆସୁଛି । ସେଥିପାଇଁ ବିଗ୍‌ ବସ୍‌ ର ମେକର ଏହାର ଫାଇନାଲ୍‌କୁ ଏକ ଦିନ ସ୍ଥଗିତ କରିବାର ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ସୋ ବିଷୟରେ କହିଲେ, ଏହି ସୋ କୁ ୩ ତିନି ଜଣ ଫାଇନାଲିଷ୍ଟ ମିଳିଯାଇଛନ୍ତି । ଅଭିଷେକ ମାଲହାନା, ବାବିକା ଧ୍ରୁଭା ଓ ପୂଜା ଭଟ୍ଟ ଏହି ତିନି ଜଣ ‘ବିଗ୍‌ ବସ୍‌ ଓଟିଟି ୨’ ଫାଇନାଲିଷ୍ଟ ଭାବେ ଘୋଷଣା ହୋଇଛନ୍ତିି । ଏହି ସପ୍ତାହରେ ବିଗ୍‌ ବସ୍‌ ଘରୁ ବାହାର ହେବା ପାଇଁ ମନୀଷା ରାନୀ, ଏଲଭିସ୍‌ ଯାଦବ ଓ ଜିଆ ଶଙ୍କରଙ୍କୁ ମନୋନିତ କରାଯାଇଛି । ତେବେ ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ବାହାରକୁ ବାହାରିବେ ଓ ଆଉ ଦୁଇ ଜଣଙ୍କୁ ବିଗ୍‌ ବସ୍‌ ଫାଇନାଲିଷ୍ଟ ଘୋଷଣା କରିବେ । ଏହି ସୋ ର ଫାଇନାଲ୍‌ ଦେଖିବା ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.