ଶରୀରରେ ହରମୋନ ଲେବଲ୍ କିପରି ଠିକ୍ ରହିବ, ଜାଣନ୍ତୁ କେଉଁ ପରିବା ଖାଇବେ
ପ୍ରତିଦିନ ଶରୀରରେ ହରମୋନ ଲେବଲ୍ ଠିକ୍ ରଖିବା ଓ ଶରୀର ସୁସ୍ଥ ରହିବା ପାଇଁ ସବୁଜ ପରିବା ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଯେପରି ବ୍ରୋକଲି, ଟମାଟୋ, ପାଳଙ୍ଗ, ଆଭୋକାଡୋ ପରି ଖାଦ୍ୟର ଉପକାରିତା । ଏହାକୁ ନିୟମିତ ଭାବରେ ଖାଇବା ଦ୍ୱାରା ଶରୀରରେ ହରମୋନ ଯୁକ୍ତ ସମସ୍ୟା ଦୂର ହୋଇଥାଏ ।

ଆମ ଶରୀରରେ ବାରମ୍ବାର ହରମୋନର ଲେବଲ୍ ବଦଳିଥାଏ । ହେଲେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଶରୀରରେ ହରମୋନ ଲେବଲ୍ ବହୁତ ଶୀଘ୍ର ବଦଳିଥାଏ । ଏଥିପାଇଁ ଆମ ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଯାଏ । ସେଥିପାଇଁ ହରମୋନ ଲେବଲ୍ ଠିକ୍ ରହିଲେ ଶରୀର ସୁସ୍ଥ ରହିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ରକ୍ତ ମାଧ୍ୟମରେ ହରମୋନ ଆମ ଶରୀରକୁ ଯାଇଥାଏ । ସେଥିପାଇଁ ଶରୀରରେ ହରମୋନ ଲେବଲ ଠିକ୍ ରଖିବା ପାଇଁ ଆମକୁ ବ୍ରୋକଲି, ଟମାଟୋ, ପାଳଙ୍ଗ, ଆଭାକାଡ଼ୋ ପରି ଖାଦ୍ୟ ଖାଇବା ଉଚିତ୍ ।
ବ୍ରୋକଲି :
ବଜାରରେ ବହୁତ ପ୍ରକାରର ପରିବା ମିଳିଥାଏ । ହେଲେ ସବୁଜ ପରିବା ଭିତରେ ବ୍ରୋକଲି ସବୁ ଠାରୁ ଅଧିକ ସ୍ୱାସ୍ଥ୍ୟ ଉପଯୋଗି ହୋଇଥାଏ । ବ୍ରୋକଲିରେ ଭିଟାମିନ୍ ଓ ମିନେରାଲ୍ସ ପରି ପୋଷକ ତତ୍ତ୍ୱ ମିଳିଥାଏ । ଏହାକୁ ନିୟମିତ ଭାବରେ ଖାଇବା ଦ୍ୱାରା ଶରୀରରେ ହରମୋନ ଯୁକ୍ତ ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ବ୍ରୋକଲି ସାମିଲ କରିବା ଉଚିତ୍ ।
ଟମାଟୋ :
ଟମାଟୋ ମଧ୍ୟ ହରମୋନ ଲେଭଲ ଠିକ୍ ରଖିବା ପାଇଁ ସାହାଯ୍ୟ କରିଥାଏ । ଟମାଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ । ଯାହା ଶରୀରରେ କେତେକ ରୋଗ ଦୂର କରିଥାଏ । ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି ଓ କୋଲାଇନ୍ ପରି ପୋଷକ ତତ୍ତ୍ୱ ରହିଥାଏ । ପ୍ରାୟତଃ ଲୋକମାନେ ଏହାକୁ ସାଲାଡରେ ଖାଇବା ପାଇଁ ପସନ୍ଦ କରନ୍ତି । ସେଥିପାଇଁ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ୍ ।
ଆଭାକାଡ଼ୋ :
ଆଭାକାଡ଼ୋ ମଧ୍ୟ ଶରୀର ପାଇଁ ବହୁତ ଉପଯୋଗି ହୋଇଥାଏ । ଯାହା ଆମକୁ କେତେକ ରୋଗରୁ ବଞ୍ଚାଇଥାଏ । ସେଥିପାଇଁ ଆଭାକାଡ଼ୋ ଖାଇବା ଦ୍ୱାରା ହରମୋନ ଆକ୍ଟିଭ୍ ରହେ ଓ ଏହାକୁ ଠିକ୍ ରହିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଦ୍ୟରେ ମିଶାଇଲେ ହରମୋନ ଯୁକ୍ତ ସମସ୍ୟା ଦୂର ହୋଇଥାଏ ।
ପାଳଙ୍ଗ :
ସବୁଜ ପରିବା ଭିତରେ ପାଳଙ୍ଗ ଏମିତି ଏକ ପରିବା ଯାହା ହରମୋନ ଯୁକ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଇରନ ଭରପୁର ମାତ୍ରା ମିଳିଥାଏ । ଯାହା ଦ୍ୱାରା ଶରୀରରେ ରକ୍ତ କମ ହୋଇନଥାଏ ଏବଂ ଏହା ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ସେଥିପାଇଁ ପାଳଙ୍ଗକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ୍ ।