Below header

କଣ୍ଟାବାଞ୍ଜି: ଘଣ୍ଟବାହାଲ୍‌ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକାରେ ଦୁଇ ଜଣଙ୍କର ମୃତ୍ୟୁ

କଣ୍ଟାବାଞ୍ଜି(କେନ୍ୟୁଜ୍): ମୁରିବହାଲ୍‌ ଥାନା ଘଣ୍ଟବାହାଲ୍‌ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ବାରବନ୍ଧ ଗାଁର ଦୁର୍ଲଭ ଭୋଇ ଏବଂ ଦୋଳମଣି ଭୋଇ । ଉଭୟ ଏକ ବାଇକରେ ମୁରିବାହାଲରୁ ବଙ୍ଗୋମୁଣ୍ଡା ଯାଉଥିବା ସମୟରେ ଏକ ଅଜଣା ଗାଡି ଧକା ଦେଇଥିଲା । ତେବେ ଘଟଣାସ୍ଥଳରେ ଦୁର୍ଲଭଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଖି ବୁଜିଥିଲେ ଦୋଳମଣି । ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ପୋଲିସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.