ଭାଇରାଲ ଭିଡିଓକୁ ନେଇ କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟରେ ତୁମୁଳ କାଣ୍ଡ

ବାଙ୍କୀ (କେ ନ୍ୟୁଜ୍‌) : ଭାଇରାଲ ଭିଡିଓକୁ ନେଇ କଲେଜରେ ହଙ୍ଗାମା । କଲେଜର ଦୁଇଜଣ ଛାତ୍ର ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସିସିଟିଭିରୁ ରେକର୍ଡ଼ି କରାଯାଇ ବାହାରେ ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ଆଜି କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟରେ ତୁମୁଳ କାଣ୍ଡ ଘଟିଛି । ଛାତ୍ରମାନେ ଟାୟାର ଜାଳିବା ସହ କଲେଜ ଗେଟ୍‌ରେ ତାଲା ପକାଇ ଦେଇଥିଲେ । ଜଣେ କଲେ କର୍ମଚାରୀ ଏଭଳି କାମ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଘଟଣାକୁ ନେଇ କଲେଜ ଅଧ୍ୟକ୍ଷ ଥାନାରେ ଏତଲା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.