ଭାରତ ଏବଂ ପାକିସ୍ତାନ ଭିତରେ ହେଲା ଡ୍ୟାନ୍ସ ଓ୍ଵାର୍‌, ‘Street Dancer 3D’ଫିଲ୍ମର ଟ୍ରେଲର ହେଲା ରିଲିଜ୍‌

ବଲିଉଡ୍‌ ଅଭିନେତା ବରୁର ଧଓ୍ଵନ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୂରଙ୍କ ଫିଲ୍ମ ‘ଷ୍ଟ୍ରୀଟ୍‌ ଡ୍ୟାନସର ୩ଡି’ର ଟ୍ରେଲର ରିଲିଜ୍‌ ହୋଇଛି। ଡ୍ୟାନ୍ସ ନିଶା ଏବଂ ଦେଶଭକ୍ତିର କାହାଣୀ ଉପରେ ଅଧାରିତ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଏହାର ଟ୍ରେଲର ୟୁଟ୍ୟୁବରେ ଧମାଲ ମଚାଉଛି। ରେମୋ ଡିସୁାଙ୍କର ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ଇମୋସନର ତଡକା ଦିଆଯାଇଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହେବାର ମାତ୍ର ଏକ ଘଣ୍ଟାରେ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଲ୍ମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ୨୪ ଜାନୁୟାରୀରେ ରିଲିଜ୍‌ ହେବ।