ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ରାଜ୍ୟ ବିଜେପିର ମାନସମନ୍ଥନ, ଦିଲ୍ଲୀରେ ବିଜେପିର ୨୦ ବିଧାୟକ

କେନ୍ୟୁଜ୍(ବ୍ୟୁରୋ): ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ରାଜ୍ୟ ବିଜେପିର ମାନସମନ୍ଥନ । ଦିଲ୍ଲୀରେ ବିଜେପିର ୨୦ ବିଧାୟକ । ବିଧାନସଭା ଅଧିବେଶନ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଛନ୍ତି ୨୦ ବିଧାୟକ । ପଞ୍ଚାୟତ ଓ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ବିଷୟରେ ହାଇକମାଣ୍ଡଙ୍କୁ ଅବଗତ କରାଇଛନ୍ତି । ପୂର୍ବରୁ ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପି ରାଜ୍ୟ ସଭାପତି ଓ ଦଳୀୟ ପଦାଧକାରୀ ।

ଅନ୍ୟପଟେ ୪ଦିନିଆ ଗସ୍ତ ସାରି ଶୁକ୍ରବାର ସଂଧ୍ୟାରେ ଦିଲ୍ଲୀରୁ ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ପ୍ରଥମ ପର୍ଯାୟରେ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଦିଲ୍ଲୀରେ ପହଞ୍ଚିଥିଲା । ରାଜଧାନୀରେ ରହଣି କାଳରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ସାକ୍ଷାତ କରି ପଞ୍ଚାୟତ ଓ ପୌର ଫଳାଫଳ ବିଷୟରେ ଆଲୋଚନା କରିଥିଲେ । ସମୀରଙ୍କ ଟିମ୍‌ରେ ଥିଲେ ପୃଥିରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବିନାରାୟଣ ନାଏକ, ଲେଖାଶ୍ରୀ ସାମନ୍ତ ସିଂହହାର, କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ । ପଞ୍ଚାୟତ ଓ ପୌର ନିର୍ବାଚନର ଫଳାଫଳ ନେଇ ବିଜେପି ରାଜ୍ୟ ଟିମ୍‌ରେ ନିରାଶା ଭାବ ଦେଖିବାକୁ ମିଳିଥିଲା ।

ନିଜ ଭବିଷ୍ୟତ ନେଇ ଚିନ୍ତିତ ଅଛନ୍ତି ବିଧାୟକ । ସେପଟେ ଗତକାଲି ଦଳ ଛାଡ଼ିଛନ୍ତି କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ଜୟରାମ ପାଙ୍ଗି । ରାଜ୍ୟରୁ ଆସିଥିବା ବିଜେପି ନେତା ଓ ବିଧାୟକ ଓଡ଼ିଶା ବିଜେପି ନେତୃତ୍ୱ ମଙ୍ଗକୁ ଜଣେ ନିର୍ଦ୍ଦିଷ୍ଟ ନେତାଙ୍କ ହାତରେ ନ୍ୟସ୍ତ କରିବା ପାଇଁ ଦିଲ୍ଲୀ ଦରବାରରେ ଲବି କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.