Below header

ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବେନି ୨୦ ସାହସୀ ପିଲା

ଭୁବନେଶ୍ବର (କେନ୍ୟୁଜ୍) :ଚଳିତ ଥର ଜାତୀୟ ସାହସିକତା ପୁରସ୍କାର ପାଇବାକୁ ଥିବା ୨୦ଜଣ ସାହସୀ ବାଳକବାଳିକା ଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବେନାହିଁ । ଏହି ପୁରସ୍କାର ପ୍ରଦାନ କରୁଥିବାଏନଜିଓ ଇଣ୍ଡିଆନ କାଉନସିଲ ଫର ଚାଇଲଡ ୱେଲଫେୟାର- ଆଇସିସିଡବ୍ଲୁ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗରେ ମାମଲା ରୁଜୁ କେନ୍ଦ୍ର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ।

ଏହାପରେ କେନ୍ଦ୍ର ସରକାର ଆଇସିସିଡବ୍ଲ୍ୟୁ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ସେପଟେ ୨୦୧୮ ମସିହାରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଁ ବ୍ୟବସ୍ଥା ଆରମ୍ଭ କରିଥିବା କହିଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ। ଏଥିପାଇଁ ଏନଜିଓ ଆଇସିସିଡବବ୍ଲ୍ୟୁ ପକ୍ଷରୁ ଚଳିତ ଥର ପୁରସ୍କୃତ କରିବାକୁ ଥିବା ପିଲାମାନଙ୍କୁ ଗଣତନ୍ତ୍ର ପରେଡରେ ଭାଗ ନେବାକୁ ସୁଯୋଗ ମିଳିବ ନାହିଁ। ଏହା ସେମାନଙ୍କୁ ନିରାଶ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.