Below header

ବ୍ରେକ ଫେଲ୍‌ ହେବା ପରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଡିଜେ ଗାଡି,ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଆହତ

ସୁନ୍ଦରଗଡ଼(କେନ୍ୟୁଜ୍): ସୁନ୍ଦରଗଡ଼ ବଣାଇ କୁଲୁକୁତା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ବୁର୍ଲା ଓ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବରଯାତ୍ରୀ ଡିଜେ ଗାଡ଼ିରେ ଥିଲେ ୨୫ ବ୍ୟାଣ୍ଡ ପାର୍ଟି କଳାକାର ।

ଇନ୍ଦରପୁର ଗାଁକୁ ଏକ ବାହାଘରରେ ଯୋଗ ଦେବାପାଇଁ ଆସୁଥିଲେ । ସରସରା ଗାଁର କୁଲକୁତା ଘାଟିରେ ଗାଡ଼ିଟି ବ୍ରେକ୍‌ ଫେଲ୍‌ ହୋଇ ଓଲଟି ପଡିଥିଲା। ଗାଡି ତଳେ ଚାପି ହୋଇ ରହିଥିବା ବ୍ୟକ୍ତିର ବଣାଇ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲ ଓ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.