ପାରିବାରିକ କଳହ ଯୋଗୁଁ ବର୍ଷେ ହେବ ଅଲଗା ରହୁଥିଲେ ଦମ୍ପତି, ଲୋକ ଅଦାଲତ ନ୍ୟାୟ ଦେଇ ମିଶାଇଦେଲା
ବରଗଡ଼(କେନ୍ୟୁଜ୍): ତୁରନ୍ତ ନ୍ଯାୟ ଓ ଲୋକଙ୍କ ସୁବିଧା ପାଇଁ ଉଚ୍ଚ ନ୍ଯାୟାଳୟ ଅନେକ ସମୟରେ ଲୋକ ଅଦାଲତ ମାଧ୍ୟମରେ ଲୋକଙ୍କୁ ନ୍ଯାୟ ପ୍ରଦାନ କରିଥାନ୍ତି। ସେହିପରି ଏମିତି ଏକ ନ୍ଯାୟ ଆଶାରେ ଆଜି ପଦ୍ମପୁର ଲୋକ ଅଦାଲତରେ ନ୍ଯାୟ ଆଶାରେ ଉପସ୍ଥିତ ହୋଇଥିଲେ ପଦ୍ମପୁର ଉପଖଣ୍ଡ ଚରଦାପାଲି ଗ୍ରାମର ମହେଶ୍ୱତା ହଂସ। ବିଗତ କିଛି ଦିନ ହେଲା ପାରିବାରିକ କଳହ ଯୋଗୁଁ ସେ ଏବଂ ତାଙ୍କ ସ୍ବାମୀ ରମେଶ ହଂସ ପାଖାପାଖି ଗୋଟିଏ ବର୍ଷ ହେଲାଣି ଅଲଗା ଅଲଗା ରହୁଥିଲେ।
ଏ ନେଇ ମହେଶ୍ୱତା ପଦ୍ମପୁର SDJM Court re Criminal Misc Case no-106/2022 ରେ ଏକ ମାମଲା ରୁଜ୍ଜୁ କରିଥିଲେ। ଦୀର୍ଘ ଗୋଟିଏ ବର୍ଷ ପରେ ମଧ୍ୟ ଏହାର କିଛି ସମାଧାନ ନ ହେବାରୁ ଉକ୍ତ କେସକୁ ଲୋକ ଅଦାଲତକୁ ହସ୍ତାନ୍ତର କରା ଯାଇଥିଲା। ଏବଂ ଉଭୟ ପକ୍ଷଙ୍କୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ବୁଝାମଣା ସହ କେସକୁ ସମାପ୍ତ କରାଯାଇଥିଲା ଏବଂ ଉଚ୍ଚିତ ନ୍ଯାୟ ପାଇ ବର୍ତ୍ତମାନ ଉଭୟେ ଏକା ସାଙ୍ଗେ ରହିବେ ବୋଲି ସ୍ଥିର କରି ଥିଲେ।