ଭାରତୀୟ ପୂର୍ବତନ ମହିଳା ଫୁଟବଲ କୋଚ୍‌ ନାମରେ ଦିଲ୍ଲୀ ହାଇକୋର୍ଟ ଜାରି କଲା ଗିରଫ ପରଓ୍ଵାନା

ଭାରତୀୟ ମହିଳା ଫୁଟବଲ ଟିମ ଜୁନ ୨୦୨୨ ରେ ପ୍ରଶିକ୍ଷଣ ପାଇଁ ନରେଓ୍ଵ ଗସ୍ତରେ ଥିବା ବେଳେ ଆମ୍ବ୍ରୋଜ୍‌ ଜଣେ ମହିଳା ଖେଳାଳୀଙ୍କୁ ଯୌନ ଉତ୍ପୀଡନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗତବର୍ଷ ପୋକସୋ ଦଫାରେ ଏହି ମାମଲା ରୁଜୁ ହୋଇଥିଲା । ଫେବ୍ରୁଆରୀ ୨୫ ତାରିଖକୁ ଏହି ମାମଲାର ପୁନଃ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ନୂଆଦିଲ୍ଲୀ : ଭାରତୀୟ ପୂର୍ବତନ ଅଣ୍ଡର ସେଭେଣ୍ଟିନ ମହିଳା ଫୁଟବଲ କୋଚ୍‌ ଆଲେକ୍ସ ମାରିଓ ଆମ୍ବ୍ରୋଜ୍‌ ଙ୍କ ନାମରେ ଜାରି ହେଲା ଗରିଫ ପରଓ୍ଵାନା । ପୋକସୋ କେସରେ ଦିଲ୍ଲୀ ହାଇକୋର୍ଟ ଏହି ଗିରଫ ପରଓ୍ଵାନା ଜାରି କରିଛନ୍ତି । ଭାରତୀୟ ମହିଳା ଫୁଟବଲ ଟିମ ଜୁନ ୨୦୨୨ ରେ ପ୍ରଶିକ୍ଷଣ ପାଇଁ ନରେଓ୍ଵ ଗସ୍ତରେ ଥିବା ବେଳେ ଆମ୍ବ୍ରୋଜ୍‌ ଜଣେ ମହିଳା ଖେଳାଳୀଙ୍କୁ ଯୌନ ଉତ୍ପୀଡନ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହା ପୂର୍ବରୁ ଦ୍ୱାରକା କୋର୍ଟ ମଧ୍ୟ ସିଆରପିସି ଦଫା ୭୦ (କୌଣସି ବ୍ୟକ୍ତିର ଉପସ୍ଥିତି, ଗିରଫ ପାଇଁ ବାଧ୍ୟ କରିବା କିମ୍ବା କୌଣସି ସ୍ଥାନରେ ଖୋଜି ପାରିବା )ରେ ଏକ ଓ୍ଵାରଣ୍ଟ ଜାରି କରିଥିଲା । ଗତବର୍ଷ ପୋକସୋ ଦଫାରେ ଏହି ମାମଲା ରୁଜୁ ହୋଇଥିଲା । ଫେବ୍ରୁଆରୀ ୨୫ ତାରିଖକୁ ଏହି ମାମଲାର ପୁନଃ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଗତ ବର୍ଷ ଜଣେ ମହିଳା ଖେଳାଳୀଙ୍କୁ ଖରାପ ଆଚରଣ କରିଥିବା ଅଭିଯୋଗରେ ଆମ୍ବ୍ରୋଜ୍‌ଙ୍କୁ ନିଲମ୍ବିତ କରାଯିବା ସହ ନରେଓ୍ଵରୁ ଡକାଯାଇଛି ।

ତେବେ ଆମ୍ବ୍ରୋଜ୍‌ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କର ସମ୍ମାନରେ ଆଞ୍ଚ ଆଣିଥିବା ଯୋଗୁ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନକୁ ଏକ ଲିଗାଲ ନୋଟିସ ପଠାଇଥିଲେ । ଏହି ନୋଟିସ ଆମ୍ବ୍ରୋଜ୍‌ଙ୍କର ଜଣେ ଓକିଲ ପଠାଇବା ସହ ଏହା ଅଣସାମ୍ବିଧାନିକ ବୋଲି କହିଥିଲେ ।
ସେ ତାଙ୍କ ନୋଟିସରେ ଉଲ୍ଲେଖ କରିଥିଲେ, ‘ ମୋ ମହକିଲଙ୍କୁ ଡରାଇ ଧମକାଇ ବାଧ୍ୟ କରାଯାଉଛି ସ୍ୱୀକାର କରିବା ପାଇଁ ଯାହା ସେ କେବେ କରି ନାହାଁନ୍ତି । ମୋ ମହକିଲଙ୍କୁ ଏସବୁ ବିଷୟରେ ଅବଗତ କରାଯାଇ ନଥିଲା କି ତାଙ୍କୁ ତାଙ୍କର ପକ୍ଷ ରଖିବା ପାଇଁ କୁହାଯାଇ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.