Below header

ବ୍ରେକ ଫେଲ ହୋଇ ଘାଟିରୁ ଖସିଲା ବସ, ୨୦ ଆହତ

ବ୍ରେକ ଫେଲ ହୋଇ ଖସିଲା ବସ। ଘାଟିରୁ ବସ ଖସି ୨୦ ଆହତ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ବରଯାତ୍ରୀ ବସ ଦୁର୍ଘଟଣା।

ବ୍ରହ୍ମପୁର : ବ୍ରେକ ଫେଲ ହୋଇ ଖସିଲା ବସ। ଘାଟିରୁ ବସ ଖସି ୨୦ ଆହତ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ବରଯାତ୍ରୀ ବସ ଦୁର୍ଘଟଣା। ପାଳୁଖୋଳା ନିକଟରେ ବସ ଘାଟିରୁ ଓହ୍ଲାଉ ଥିବା ବେଳେ ହଠାତ ବ୍ରେକ ଫେଲ ହୋଇ ବସଟି ପାହାଡ଼ ନିକଟରେ ଧକ୍କା ହୋଇ ରହିଯାଇଥିଲା।

ଏଥିରେ ୨୦ ଜଣ ବରଯାତ୍ରୀ ଆହତ ହୋଇଥିଲେ। ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ବସ ଓ ବସ ଯାତ୍ରୀ ରକ୍ଷା ପାଇଯାଇଥିଲେ। ଦୁର୍ଘଟଣା ଖବର ପାଇ ଆସିକା ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦିଗପହଣ୍ଡି ବ୍ଲକ ମେଘଝୋଳି ନିକଟସ୍ଥ ପେଣ୍ଠା ଗାଁରୁ ଗଜପତି ଜିଲ୍ଲା ଚାନ୍ଦିପୁଟକୁ ବସ ଯୋଗେ ବର ଯାତ୍ରୀ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.