ଟୁଇନ ସିଟିରେ ନିସ୍ତାର ନାହିଁ ମଦ୍ୟପ ଡ୍ରାଇଭରଙ୍କୁ, ୨୫ ଗାଡ଼ି ଜବତ ଓ ଡ୍ରାଇଭର ଗିରଫ

ଟୁଇନ ସିଟିରେ ନିସ୍ତାର ନାହିଁ ମଦ୍ୟପ ଡ୍ରାଇଭରଙ୍କୁ । ମଦ୍ୟପାନ କରି ଗାଡି ଚଳେଇଲେ ଗାଡ଼ି ହେବ ସିଜ୍ ଏବଂ  ଡ୍ରାଇଭର ଯିବେ ଜେଲ। ମାସକ ଭିତରେ ରାଜଧାନୀରେ ୬୮୬ ଗାଡ଼ିକୁ ସିଜ କରିଛି ପୋଲିସ।

ଭୁବନେଶ୍ୱର : ଟୁଇନ ସିଟିରେ ନିସ୍ତାର ନାହିଁ ମଦ୍ୟପ ଡ୍ରାଇଭରଙ୍କୁ । ମଦ୍ୟପାନ କରି ଗାଡି ଚଳେଇଲେ ଗାଡ଼ି ହେବ ସିଜ୍ ଏବଂ  ଡ୍ରାଇଭର ଯିବେ ଜେଲ। ମାସକ ଭିତରେ ରାଜଧାନୀରେ ୬୮୬ ଗାଡ଼ିକୁ ସିଜ କରିଛି ପୋଲିସ। ୧୦୦ ଜଣଙ୍କ ବିରୋଧରେ ହୋଇଛି ମାମଲା । ଅତ୍ୟଧିକ ମଦ୍ୟପାନ କରିଥିବା ଗାଡ଼ି ଚାଳକଙ୍କ ଉପରେ ଆକ୍ସନ ମୁଡ୍ ରେ କମିଶନରେଟ୍ ପୋଲିସ ।

ଡ୍ରିଙ୍କ ଏଣ୍ଡ ଡ୍ରାଇଭ୍ ରେ ରାତିରେ ଚେକିଂ ବ୍ଲକିଂ କଡାକଡ଼ି ପରେ ଗିରଫ ହେଉଛନ୍ତି ଡ୍ରାଇଭର। ଗତକାଲି ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରୁ ୨୫ଟି ଗାଡ଼ି ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। କେବେଳ ବାଇକ ନୁହେଁ ବରଂ BMW ଭଳି ଦାମୀ ଗାଡ଼ିକୁ ନିସ୍ତାର ଦେଇନାହିଁ ପୋଲିସ । ମଦ୍ୟପାନ କରି ବାରମ୍ବାର ଧରା ପଡିଲେ ଗାଡ଼ି ଲାଇସେନ୍ସକୁ ରଦ୍ଦ କରାଯିବ ବୋଲି କହିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.