ପାକିସ୍ତାନରେ ୪୮ ଘଣ୍ଟା ଧରି ଲାଗି ରହିଛି ପ୍ରବଳ ବର୍ଷା, ଭୂସ୍ଖଳନରେ ୩୭ ଜଣଙ୍କ ମୃତ୍ୟୁ

ପାକିସ୍ତାନରେ ଗତ ୪୮ ଘଣ୍ଟା ଧରି ଲାଗି ରହିଛି ପ୍ରବଳ ବର୍ଷା । ଏଥିରେ ଅତି କମ୍‌ରେ ୩୭ ଜଣଙ୍କ ପ୍ରାଣହାନି ଘଟିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଖୈବର ପଖତୁନଖ୍ଵା ଅଞ୍ଚଳ ।

ପାକିସ୍ତାନରେ ଗତ ୪୮ ଘଣ୍ଟା ଧରି ଲାଗି ରହିଛି ପ୍ରବଳ ବର୍ଷା । ଏଥିରେ ଅତି କମ୍‌ରେ ୩୭ ଜଣଙ୍କ ପ୍ରାଣହାନି ଘଟିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଖୈବର ପଖତୁନଖ୍ଵା ଅଞ୍ଚଳ । ଦେଶରେ ବର୍ଷାର ପ୍ରଭାବରେ ଅନେକ ଅଞ୍ଚଳରେ ଭୂସ୍ଖଳନ ମଧ୍ୟ ହୋଇଛି, ଯଦ୍ଦ୍ଵାରା ରାସ୍ତାଗୁଡ଼ିକ ଅବରୋଧ ହୋଇଯାଇଛି ।

ଖୈବର ପଖତୁନଖ୍ଵା ଅଞ୍ଚଳରେ ଲୋକମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ଘରଗୁଡ଼ିକ ଢଳିଯାଇଛି । ଗମନାଗମନ ଏକପ୍ରକାର ଠପ୍‌ ହୋଇଯାଇଛି । ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି, ଗୁରୁବାର ରାତିରୁ ଆଫ୍‌ଗାନିସ୍ତାନ ସୀମା ସଂଲଗ୍ନ ଖୈବର ପଖତୁନଖ୍ଵା ଅଞ୍ଚଳରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି । ସେପଟେ ପୂରା ପାକିସ୍ତାନରେ ୩୭ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି ।

ଗତ ୪୮ ଘଣ୍ଟା ଧରି ଖୈବର ପଖତୁନଖ୍ଵା ପ୍ରଦେଶର ବାଜୋର, ସ୍ୱାତ, ଲୋୟର ଦିର, ମଲକନ୍ଦ, ଖୈବର, ପେଶାଓ୍ଵାର, ନର୍ଥ ଓ ସାଉଥ୍‌ ଓ୍ଵଜିରିସ୍ତାନ ଏବଂ ଲକ୍କି ମାରଓ୍ଵାତ ସମେତ ୧୦ ଜିଲ୍ଲାରେ ମୂଷଳଧାରାରେ ବର୍ଷା ଲାଗିରହିଛି । ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । କେପିକେର ମୁଖ୍ୟମନ୍ତ୍ରୀ ଅଲି ଅମିନ୍‌ ଗଣ୍ଡାପୁର କହିଛନ୍ତି, ବର୍ଷା ପ୍ରଭାବିତ ଲୋକଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଏକୁଟିଆ ଛଡ଼ାଯିବ ନାହିଁ । କ୍ଷୟକ୍ଷତି ପାଇଁ ସେମାନଙ୍କୁ ଉଚିତ୍‌ କ୍ଷତିପୂରଣ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.