ଭୁବନେଶ୍ୱରରେ ପୋଲିସ୍‌ ଛାଉଣୀ, ସିଆରପିଏଫର ଫ୍ଲାଗମାର୍ଚ୍ଚରେ କମ୍ପିଲା ରାଜଧାନୀ

ପୋଲିସ୍‌ ମାର୍ଚ୍ଚିଂରେ ଥରି ଉଠିଲା ରାଜଧାନୀ ଭୁବନେଶ୍ୱରର ଛାତି । ଆଜି ଅପରାହ୍ନରେ ଦେଖିବାକୁ ମିଳିଲା ଭିନ୍ନ ଦୃଶ୍ୟ । ଶିଶୁଭବନ ଛକରୁ ଆରମ୍ଭ କରି ଝରଣା ବସ୍ତି ଦେଇ ବାପୁଜୀ ନଗରରେ ବୁଲିଲେ ପୋଲିସ୍‌ ଦଳ ।

ପୋଲିସ୍‌ ମାର୍ଚ୍ଚିଂରେ ଥରି ଉଠିଲା ରାଜଧାନୀ ଭୁବନେଶ୍ୱରର ଛାତି । ଆଜି ଅପରାହ୍ନରେ ଦେଖିବାକୁ ମିଳିଲା ଭିନ୍ନ ଦୃଶ୍ୟ । ଶିଶୁଭବନ ଛକରୁ ଆରମ୍ଭ କରି ଝରଣା ବସ୍ତି ଦେଇ ବାପୁଜୀ ନଗରରେ ବୁଲିଲେ ପୋଲିସ୍‌ ଦଳ । ଯାହା ସଂକେତ ଦେଉଛି ସାଧାରଣ ନିର୍ବାଚନ ଆଉ ବେଶି ଦିନ ବାକି ନାହିଁ । ନିର୍ବାଚନ ପରିଚାଳନା କିଭଳି ଶନ୍ତି ଶୃଙ୍ଖଳାରେ ହେବ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ତେଣୁ ଓଡ଼ିଶାରେ ଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ସୁରକ୍ଷା ବାହିନୀ । ଓଡ଼ିଶାରେ ଆସି ପହଞ୍ଚିବା ପରେ ନିଜର ଉପସ୍ଥିତି ଜାହିର କରି ସୁରକ୍ଷା ବାହିନୀ କରିଛି ଫ୍ଲାଗ୍‌ ମାର୍ଚ୍ଚ । ପ୍ରଥମ ପର୍ଯ୍ୟାୟରେ ଆସିଛନ୍ତି ୧୦ କମ୍ପାନୀ ଫୋର୍ସ ।
ଲୋକଙ୍କ ମନରେ ମନୋବଳ ବଢ଼ାଇବା ପାଇଁ ଏହି ଫ୍ଲାଗ ମାର୍ଚ୍ଚ ହେଉଛି। ରାଜଧାନୀର ବିଭିନ୍ନ ବସ୍ତି ଓ କଲୋନୀ ଭିତରେ ବୁଲୁଛନ୍ତି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ। ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ବେଳେ କୌଣସି ଅପରାଧିକ କାର୍ଯ୍ୟକଳାପକୁ ଓ ଅପରାଧୀଙ୍କୁ ପ୍ରଶ୍ରୟ ଦିଆଯିବନି କି ଛଡ଼ା ଯିବନା । ସେମାନଙ୍କ ଏଭଳି ଫୋର୍ସ ଲଗାଇ ଦମନ କରିବା ପାଇଁ ଆସିଛନ୍ତି ପୋଲିସ୍‌ ଫୋର୍ସ । ସେଥିପାଇଁ ଚାଲିଛି ଫ୍ଲାଗ ମାର୍ଚ୍ଚ । ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ଏବଂ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଏହି ବନ୍ଦୋବସ୍ତ କରାଯାଇଛି । ଆଉ ଆଜି ଫ୍ଲାଗ ମାର୍ଚ୍ଚ ହେଉଛି । ଖାଲି ପୁରୁଷ ପୋଲିସ୍‌ ନୁହନ୍ତି ଏଥିରେ ମଧ୍ୟ ଅଛନ୍ତି ମହିଳା ଗ୍ରୁପ୍‌ । CRPF 135 ମହିଳା ବ୍ରାଭୋ କମ୍ପାନୀ ବସ୍ତି ବସ୍ତି ବୁଲି କରୁଛନ୍ତି ଫ୍ଲାଗ ମାର୍ଚ୍ଚ ।

ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଏହାର ଆଭାସ ମିଳି ସାରିଛି । ତେଣୁ ପ୍ରତ୍ୟେକ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ବଢ଼ି ଯାଇଛି । କେଉଁଠି ଟିକେଟ ଆଶାୟୀଙ୍କ ଭିଡ଼ ଲାଗିଛି ତ ଆଉ କେଉଁଠି ମିଶ୍ରଣ ପର୍ବ ଚାଲିଛି । ନେତାଙ୍କ ଦଳ ଡିଆଁ ଦେଖି କେତେ କଣ ଆଲୋଚନା କରୁଛନ୍ତି ସାଧାରଣ ଭୋଟର । ଏପଟେ ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି ୫ ତାରିଖ ଦିନ । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଚଣ୍ଡିଖୋଲ ନିକଟ ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ ଓ ସାଧାରଣ ସଭାର ଆୟୋଜନ କରାଯାଇଛି। ଆଜି ପୋଲିସ ଡିଜି ଅରୁଣ ଷଡଙ୍ଗୀ ବେଣାପୁର ପଡିଆ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହି ସମୟରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.