କେନ୍ଦ୍ରାପଡା ଜିଲ୍ଲା ଦେଇ ଗଡିବ ପାସେଞ୍ଜାର ଟ୍ରେନ, ଆଜି ସରିଲା ଟ୍ରାଏଲ ରନ

କେନ୍ଦ୍ରାପଡା ଜିଲ୍ଲା ଦେଇ ପାସେଞ୍ଜର ଟ୍ରେନ ଗଡିବ । ଆଜି ସରିଛି ଏହାର ଟ୍ରାଏଲ ରନ।

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଦେଇ ପାସେଞ୍ଜର ଟ୍ରେନ ଗଡିବ । ଆଜି ସରିଛି ଏହାର ଟ୍ରାଏଲ ରନ। ପାରାଦୀପ-ହରିଦାସପୁର ରେଳ ଧାରଣାରେ ଯାତ୍ରୀବାହୀ ରେଳ ଗଡିବା ନେଇ ବିଭିନ୍ନ ରାଜନୈତିକ  ଦଳ,ଦାବି ଓ ଆନ୍ଦୋଳନ କରିଥିଲେ । ଏବେ ଯାତ୍ରୀବାହୀ ରେଳ ଗଡିବ, ଖବର ପରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏଠି ସହ ବାହା ବା ନେବାପାଇଁ ରାଜନୈତିକ ଦଳଙ୍କ ଭିତରେ ଆରମ୍ଭ ହୋଇଛି ପ୍ରତିଯୋଗିତା ।

2017 ମସିହା ସେପ୍ଟେମ୍ବର ନଅ ତାରିଖରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିଲା । କେନ୍ଦ୍ରାପଡା ଜିଲ୍ଲାର 18 ଟି ଗାଆଁ ଦେଇ ଯାଇଛି ଏହି ରେଳ ଲାଇନ । ବହୁ ଲୋକ ନିଜର ମୂଲ୍ୟବାନ ଜମି ଦେଇଛନ୍ତି । 2019 ଜାନୁଆରୀ 31 ସୁଦ୍ଧା ଜମି ଅଧିଗ୍ରହଣ ଶେଷ ହୋଇଥିଲା ।

ସେପ୍ଟେମ୍ବର 2020 ମସିହାରେ ମାଲବାହୀ ରେଳ ଗଡିଥିଲା । ସମସ୍ତେ ଜିଲ୍ଲାବାସୀ ସ୍ବାଗତ କରିଥିଲେ । କିନ୍ତୁ ପାସେଞ୍ଜର ରେଳ ଚଳାଚଳ ପାଇଁ ଦାବି କରିଥିଲେ ଜିଲ୍ଲାବାସୀ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନ କରିଥିଲେ । ରେଳ ରୋକ ହୋଇଥିଲା, ରେଳ ମନ୍ତ୍ରୀଙ୍କୁ ଦାବି କରିଥିଲେ । ଆଜି ଏହା ଫଳବତୀ ହୋଇଛି ।

ପ୍ରଧାନମନ୍ତ୍ରୀ ପାଞ୍ଚ ତାରିଖରେ ଓଡ଼ିଶା ଆସିବା ସମୟରେ ନିଉ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ। ବିଜେପି ଏହାକୁ ମୋଦୀଙ୍କ ଗ୍ୟାରେଣ୍ଟି କହୁଥିବା ବେଳେ କଂଗ୍ରେସ ଏହାକୁ ଆନ୍ଦୋଳନର ଫଳ କହୁଛି । ବିଜେଡି କହିଛି ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.