Below header

ଓଲଟିଲା ପିକ୍‌ ଅପ୍‌ ଭ୍ୟାନ,୨୦ ଜଣ କୀର୍ତ୍ତନିଆ ଆହତ

ଭେଡେନ ଥାନା ଅରେଇଗୁଡ଼ି ଗାଁର ଏକ କୀର୍ତ୍ତନ ଗ୍ରୁପ ପିକଅପ ଭ୍ୟାନରେ ଛତିଶଗଡ ଯାଉଥିବା ବେଳେ ଭଟଲି ଥାନା ପିପଲମୁଣ୍ଡା ଛକରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଗାଡ଼ିରେ ୩୨ ଜଣ କୀର୍ତ୍ତନିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଛନ୍ତି।

ବରଗଡ଼(କେନ୍ୟୁଜ୍): ବରଗଡ଼ ଜିଲ୍ଲା ଭଟଲିରେ ଓଲଟିଲା ପିକ୍‌ ଅପ୍‌ ଭ୍ୟାନ। ଗାଡ଼ି ଓଲଟି ୨୦ ଜଣ ଆହତ ହୋଇଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭେଡେନ ଥାନା ଅରେଇଗୁଡ଼ି ଗାଁର ଏକ କୀର୍ତ୍ତନ ଗ୍ରୁପ ପିକଅପ ଭ୍ୟାନରେ ଛତିଶଗଡ ଯାଉଥିବା ବେଳେ ଭଟଲି ଥାନା ପିପଲମୁଣ୍ଡା ଛକରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଗାଡ଼ିରେ ୩୨ ଜଣ କୀର୍ତ୍ତନିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୬ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.