Below header

ମଣିପୁରର ଅନେକ ଅଞ୍ଚଳରେ କର୍ଫ୍ୟୁ, ହିଂସା ଭିତରେ ସୀମା ପାର୍‌ କରି ମିଆଁମାର ପଳାଇଲେ ୩୦୦ ମୈତେଇ

ମଣିପୁରରେ ହିଂସା ମଧ୍ୟରେ ମୈତେଇ ସମ୍ପ୍ରଦାୟର ପ୍ରାୟ ୩୦୦ ଲୋକ ସୀମା ପାର୍‌ କରି ମିଆଁମାର ପଳାୟନ କରିଛନ୍ତି। ଏ ସମସ୍ତେ ହେଉଛନ୍ତି ସୀମା ନିକଟବର୍ତ୍ତୀ ମୋରେହ ଟାଉନର ବାସିନ୍ଦା।

ମଣିପୁରରେ ହିଂସା ମଧ୍ୟରେ ମୈତେଇ ସମ୍ପ୍ରଦାୟର ପ୍ରାୟ ୩୦୦ ଲୋକ ସୀମା ପାର୍‌ କରି ମିଆଁମାର ପଳାୟନ କରିଛନ୍ତି। ଏ ସମସ୍ତେ ହେଉଛନ୍ତି ସୀମା ନିକଟବର୍ତ୍ତୀ ମୋରେହ ଟାଉନର ବାସିନ୍ଦା। ଯେଉଁ ସମୟରେ ମଣିପୁରର ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟଣାରେ ୫୪ ଜଣ ପ୍ରାଣ ହରାଇଛନ୍ତି, ସେଭଳି ସ୍ଥିତିରେ ଏବେ ମୈତେଇ ସମ୍ପ୍ରଦାୟର ଲୋକେ ମିଆଁମାର ପଳାୟନ କରୁଥିବା ଦେଖାଯାଇଛି।

ରିପୋର୍ଟ ମୁତାବକ, ହିଂସା ପରେ ମୈତେଇ ସମ୍ପ୍ରଦାୟର ୩୦୦ ଲୋକ ସୀମା ପାର୍‌ କରି ମିଆଁମାର ଚାଲି ଯାଇଛନ୍ତି। ସେପଟେ ମଣିପୁର ସରକାର ମଧ୍ୟ ମିଆଁମାରର ପାଖାପାଖି ୫୦୦ ପ୍ରବାସୀଙ୍କୁ ଆଶ୍ରୟ ଦେଇଛନ୍ତି। ଏହି ଲୋକମାନେ ସଂଘର୍ଷଗ୍ରସ୍ତ ମିଆଁମାରରୁ ନିଜ ଜୀବନ ରକ୍ଷା କରି ଇମ୍ଫାଲ ପଳାଇ ଆସିଥିଲେ।

ମଣିପୁର ସରକାର ନିକଟରେ ରାଜ୍ୟରେ ପ୍ରବାସୀମାନଙ୍କ ସଂଖ୍ୟା ବିଷୟରେ ଜାଣିବା ପାଇଁ ଏକ କମିଟି ଗଠନ କରିଥିଲେ। କମିଟି ତରଫରୁ ୨୦୦୦ରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ସରକାର ଏହି ପ୍ରବାସୀମାନଙ୍କୁ ଆଶ୍ରୟ ଗୃହରେ ରଖିଛନ୍ତି।

ମୋରେହ ସହର ମଣିପୁରର ପୂର୍ବ କୋଣରେ ଅବସ୍ଥିତ। ମୈତେଇ, ତାମିଲ, ପଞ୍ଜାବୀ, ମୁସଲିମ, ବେଙ୍ଗ୍‌ ଏବଂ କୁକିକୁ ମିଶାଇ ପାଖାପାଖି ୩୦,୦୦୦ ଲୋକ ଏଠାରେ ବାସ କରନ୍ତି। ସହରରେ ବାକିମାନଙ୍କ ତୁଳନାରେ କୁକିଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଛି। ମଣିପୁରରେ ବର୍ତ୍ତମାନ ଅନେକ ଅଞ୍ଚଳରେ କର୍ଫ୍ୟୁ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.