ରାଜସ୍ଥାନ ହନୁମାନଗଡରେ ବାୟୁସେନା ବିମାନ ଦୁର୍ଘଟଣା, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା
ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି ।
ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । ସୁରତଗଡରୁ ଉଡାଣ ଭରିଥିଲା ବିମାନ । ବିମାନ ଏକ ଘର ଉପରେ କ୍ରାସ ହୋଇ ପଡିଥିବାରୁ ଗ୍ରାମବାସୀ ମୃତ୍ୟୁବରଣ କରିଥିଲେ । କିନ୍ତୁ ପାଇଲଟ ପାରାସୁଟ୍ ସାହାଯ୍ୟରେ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।
ଘଟଣାପରେ ପାଇଲଟଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ପାଇଲଟଙ୍କ ପାଇଁ ବାୟୁସେନାର ଏମଆଇ ୧୭ ପଠାଯାଇଥିଲା । ବିମାନଟି ଯେଉଁ ଛାତର ପଡିଲା, ସେଠାରେ ୩ ଜଣ ମହିଳା ଏବଂ ଜଣେ ପୁରୁଷ ରହିଥିଲେ । ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନା ନେବା ବାଟରେ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି । ଘଟଣାରେ ୨ ଘର ମଧ୍ୟ ନଷ୍ଟ ହୋଇଯାଇଛି ।
ଉଡାଣ ଭରିବା ବେଳେ କୌଣସି କାରଣରୁ ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଯାଇଥିଲା ମିଗ୍-୨୧ । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଦୁଇ ପାଇଲଟ । ଦୁର୍ଘଟଣା ଘଟିବା ପରେ ପାଇଲଟ ପାରାସୁଟ୍ ସାହାଯ୍ୟରେ ବିମାନରୁ ଡେଇଁପଡିଥିଲେ । କିନ୍ତୁ ବିମାନଟି ଏକ ଘର ଉପରେ ପଡିଯାଇଥିଲା । ବିମାନଟି ନିୟନ୍ତ୍ରଣ ହରାଇ ଏକ ଘର ଉପରେ ଖସି ପଡିଥିଲା । ଏହି ଘଟଣାରେ ମିଗ୍-୨୧ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପାଇଲଟ ଏବଂ ଅନ୍ୟ ଆହତମାନଙ୍କୁ ଉଦ୍ଧାର କରିଥିଲେ ।
#WATCH भारतीय वायुसेना का मिग-21 लड़ाकू विमान आज सुबह राजस्थान के हनुमानगढ़ के पास दुर्घटनाग्रस्त हो गया जिसमें 2 स्थानीय महिलाओं की मृत्यु हो गई। पायलट को हल्की चोटें आई हैं मगर वो सुरक्षित है। pic.twitter.com/heIX3KiRkf
— ANI_HindiNews (@AHindinews) May 8, 2023
ତେବେ ଦୁର୍ଘଟଣା କାହିଁକି ଘଟିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଲୋକଙ୍କୁ ଦୂରେଇ ରହିବା ପାଇଁ କୁହାଯାଇଛି ।
ସୂଚନା ମୁତାବକ, ଏହା ପୂର୍ବରୁ ଚଳିତବର୍ଷ ଜାନୁଆରୀରେ ରାଜସ୍ଥାନର ଭରତପୁରରେ ଟ୍ରେନିଂ ସମୟରେ ବାୟୁସେନାର ଦୁଇଟି ଲଢୁଆ ବିମାନ ସୁଖୋଇଏସୟୁ-୩୦ ଏବଂ ମିରାଜ-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ଜଣେ ପାଇଲଟଙ୍କ ଜୀବନ ଚାଲିଯାଇଥିଲା ।