Below header

ଆଜି ବିଶ୍ଵ ଥାଲାସେମିଆ ଦିବସ: ସାରା ବିଶ୍ଵରେ ଏହି ରୋଗ ଏବେ ଚିନ୍ତାଜନକ ସ୍ଥିତିରେ

ଆଜି ବିଶ୍ଵ ଥାଲାସେମିଆ ଦିବସ । ରାଜ୍ୟରେ ୭ହଜାର ୫ଶହ ଥାଲାସେମି୍‌ଆ ରୋଗୀ, ଏସସିବିରେ ୧୫ଶହ ରୋଗୀ ଅଛନ୍ତି । ସାରା ବିଶ୍ଵରେ ଥାଲାସେମିଆ ରୋଗ ଏବେ ଚିନ୍ତାଜନକ ସ୍ଥିତିରେ ।

ଆଜି ବିଶ୍ଵ ଥାଲାସେମିଆ ଦିବସ । ରାଜ୍ୟରେ ୭ହଜାର ୫ଶହ ଥାଲାସେମି୍‌ଆ ରୋଗୀ, ଏସସିବିରେ ୧୫ଶହ ରୋଗୀ ଅଛନ୍ତି । ସାରା ବିଶ୍ଵରେ ଥାଲାସେମିଆ ରୋଗ ଏବେ ଚିନ୍ତାଜନକ ସ୍ଥିତିରେ । ବର୍ତ୍ତମାନ ବାହାରିଥିବା ଚିକିତ୍ସା ପଦ୍ଧତିରେ ଥାଲାସେମିଆ ପ୍ରତି ରୋଗୀମାନେ ଆଉ ଭୟ କରିବାର ଆବଶ୍ୟକତା ନାହି । ଯଦିଓ ଏହାର କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇ ନାହିଁ ତଥାପି ନିୟମିତ ସମୟରେ ଡାକ୍ତରୀ ପରାମର୍ଶ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ଦ୍ଵାରା ଥାଲାସେମିଆକୁ ନିୟନ୍ତ୍ରଣ କରାଯାଇପାରେ ବୋଲି ଏସସିବି ହେମାଟୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା କହିଛନ୍ତି ।

ସେ କହିଛନ୍ତି ଯେ, ଏଭଳି କରିବା ଦ୍ଵାରା ରୋଗୀ ସଂପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇପାରିବ । ଏବେ ଜନ୍ମ ହେବାକୁ ଥିଲା ଶିଶୁ ଭବିଷ୍ୟତରେ ଥାଲାସେମିଆ ରୋଗ ଦ୍ଵାରା ଆକ୍ରାନ୍ତ ହେବ ନା ନାହିଁ ସେ ସଂପର୍କରେ ଗର୍ଭାବସ୍ଥାରୁ ଚିହ୍ନଟ କରିହେଉଛି । ଏସସିବିରେ ଗର୍ଭାବସ୍ଥାରେ ଭ୍ରୃଣରୁ ଥାଲାସେମିଆ ରୋଗ ଚିହ୍ନଟ ପାଇଁ ରହିଛି ଜେନେନେଟିକ୍‌ ଲାବୋରେଟୋରି । ଏଥିସହ ଥାଲାସେମିଆ ରୋଗୀଙ୍କ ପାଇଁ ଅସ୍ଥିମଜ୍ଜା ପ୍ରତିରୋପଣ ୟୁନିଟରେ ଅସ୍ଥିମଜ୍ଜା ସଂପର୍କିତ ଚିକିତ୍ସା ଖୁବ୍‌ ଶୀଘ୍ର ଏସସିବିରେ ଉପଲବ୍ଧ ହେବାକୁ ଯାଉଛି । ଥାଲାସେମିଆ ଗ୍ରୀକ୍‌ ଶବ୍ଦ ‘ଥାଲାସାରୁ ଆସିଛି । ଏହା ଏକ ବଂଶାନୁକ୍ରମିକ ରୋଗ । ଏହା ୨ ପ୍ରକାରର । ଆଲଫା ଥାଲାସେମିଆ ଓ ବିଟା ଥାଲାସେମିଆ ।

blood

ସାଧାରଣତଃ ଏହା ରକ୍ତ ଅନିୟମିତା ଯୋଗୁଁ ଦେହରେ ପ୍ରବାହିତ ହେଉଥିବା ଲାଲ୍‌ ରକ୍ତ କଣିକା ସୃଷ୍ଟି କରିବାରେ ଅସମର୍ଥ ହୋଇଥାଏ ଏବଂ ଲାଲ୍‌ କଣିକାଗୁଡିକ ନଷ୍ଟ ମଧ୍ୟ ହୋଇଯାଇଥାଏ । ଥାଲାସେମିଆ ରୋଗୀ ପ୍ରଥମେ କ୍ଲାନ୍ତ ଅନୁଭବ କରେ ଓ ଧୀରେ ଧୀରେ ରୋଗୀର ଶାରୀରିକ ବିକାଶ କମ୍‌ ହୋଇଯାଏ । ଏପରିକି ବିକଳାଙ୍ଗ ଅବସ୍ଥା ମଧ୍ୟ ହୋଇଯାଇଥାଏ । ତେଣୁ ରୋଗୀ ଦେହରେ ପ୍ରତ୍ୟେକ ୨-୩ ସପ୍ତାହରେ ଥରେ ନୂତନ ରକ୍ତ ପ୍ରବେଶ କରାଇବାକୁ ହୋଇଥାଏ । ଥାଲାସେମିଆ ରୋଗର ଶିକାର ହୋଇ ଥିବା ପିତାମାତାଙ୍କ ପ୍ରତି ୫ଟି ସନ୍ତାନରେ ଜଣେ ଏହି ରୋଗ ସଂକ୍ରମିତ ହେବାର ସମ୍ଭବନା ରହିଥାଏ । ଏହି ରୋଗ ପ୍ରତିକାରର ମାଧ୍ୟମ ହେଉଛି ଅସ୍ଥିମଜ୍ଜା ପ୍ରତିରୋପଣ ।

ଓଡ଼ିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ ଯେଉଁଠି ମାଗଣାରେ ଥାଲାସେମିଆ ରୋଗୀଙ୍କ ଦେହରେ ଥିବା ଅତ୍ୟଧିକ ଲୌହଅଂଶ ବାହାର କରିବା ପାଇଁ ଦାମୀ ଔଷଧ ଯୋଗାଇ ଦିଆଯାଇଥିଲା । ଥାଲାସେମିଆ ରୋଗ ନିରୂପଣଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଏସସିବିରେ ମାଗଣାରେ ଉପଲବ୍ଧ ବୋଲି ପ୍ରଫେସର ଡାକ୍ତର ଜେନା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.