OPTCL ରେ ଖାଲିପଡିଛି ମ୍ୟାନେଜମେଣ୍ଟ ଟ୍ରେନି ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଓଡିଶା ଯୁବପିଢିଙ୍କ ପାଇଁ ଖୁସି ଖବର । OPTCL ରେ ଖାଲିପଡିଛି ୫୦ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ । ଜାଣନ୍ତୁ କେମିତି କରିବେ ଆବେଦନ ।

ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । OPTCL ରେ ଖାଲିପଡିଛି ପଦବୀ । ଏଥିପାଇଁ ନୋଟିଫିକେସନ ଜାରି ମଧ୍ୟ ହୋଇଛି। ନୋଟିଫିକେସନ ମୁତାବକ, ଓଡିଶା ପାଓ୍ଵର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡରେ ମ୍ୟାନେଜମେଣ୍ଟ ଟ୍ରେନି(ଇଲେକ୍ଟ୍ରିକାଲ) ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଓପିଟିସିଏଲ୍‌ର ଅଫିସିଆଲ ୱେବସାଇଟ careers.optcl.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ: ୫୦

ମ୍ୟାନେଜମେଣ୍ଟ ଟ୍ରେନି(ଇଲେକ୍ଟ୍ରିକାଲ)

ଜରୁରୀ ତାରିଖ : ଓପିଟିସିଏଲରେ ମ୍ୟାନେଜମେଣ୍ଟ ଟ୍ରେନିଂ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଆବେଦନ ଫର୍ମ ଜମା କରିବାର ଶେଷ ତାରିଖ ୧୬ ମେ, ୨୦୨୩ ରହିଛି ।

ଆବେଦନ ଶୁଳ୍କ : ଏହି ପଦରେ ଆବେଦନ କରିବା ପାଇଁ ଅଣସରଂକ୍ଷିତ ପ୍ରାର୍ଥୀ/SEBC ପ୍ରାର୍ଥୀ ଆବେଦନ ଶୁଳ୍କ ୧,୧୮୦ ଟଙ୍କା ଦେବାକୁ ପଡିବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀ ୫୯୦ ଟଙ୍କା ଦେବାକୁ ହେବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଗେଟ୍‌ ୨୦୨୩ ପରୀକ୍ଷା ଆଧାରରେ ହେବ । ୧୦୦ ମାର୍କର ବ୍ୟକ୍ତିଗତ ସାକ୍ଷାତକାର ହେବ । ତା’ପରେ ପ୍ରାର୍ଥୀଙ୍କର ସର୍ଟଲିଷ୍ଟ କରାଯିବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ optcl.co.inକୁ ଯାଆନ୍ତୁ । ଏଠାରେ ହୋମ ପେଜରେ ଥିବା କ୍ୟାରିଅର ଟାବ୍‌ ଉପରେ କ୍ଲିକ୍‌ କରନ୍ତୁ ।

ଏବେ ଗେଟ୍‌ ୨୦୨୩ ମାଧ୍ୟମରେ ମ୍ୟାନେଜମେଣ୍ଟ ଟ୍ରେନି(ଇଲେକ୍ଟ୍ରିକାଲ)ରେ କ୍ଲିକ୍‌ କରନ୍ତୁ ।

ଏହାପରେ ନିଜର ଆପ୍ଲିକେସନ ଭରନ୍ତୁ । ଆବେଦନ ଶୁଳ୍କ ଭରିବା ପରେ ଫର୍ମ ଜମା କରନ୍ତୁ ।

ଭବିଷ୍ୟ ପାଇଁ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://adda247jobs-wp-assets-adda247.s3.ap-south-1.amazonaws.com/jobs/wp-content/uploads/sites/12/2023/02/19152258/4d7d163838c05aa9304cbfb8cedd02ef_Adv_mppr_012324_15042023.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.