ହିରାକୁଦ ଜଲଭଣ୍ଡାରର ଆଉ ୨ଟି ଗେଟ୍ ଖୋଲିଲା, ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ

ହିରାକୁଦ ଜଲଭଣ୍ଡାରର ଆଉ ୨ଟି ଗେଟ୍ ଖୋଲିଲା । ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ।

ସମ୍ବଲପୁର (କେନ୍ୟୁଜ):  ହିରାକୁଦ ଜଲଭଣ୍ଡାରର ଆଉ ୨ଟି ଗେଟ୍ ଖୋଲିଲା । ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ। ପୂର୍ବରୁ ୨୦ଟି ଗେଟ୍ ଖୋଲା ଯାଇଥିଲା । ବାମରୁ ୧୩ଟି ଓ ଡାହାଣରୁ ୭ଟି ଗେଟ୍ ଖୋଲାଯାଇଥିଲା ।  ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଅଧିକ ଗେଟ୍ ଖୋଲାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଜଳଭଣ୍ଡାରର ଅଧିକ ଗେଟ୍ ଖୋଲାଯାଉଛି ବୋଲି ହୀରାକୁଦ କର୍ତ୍ତୃପକ୍ଷ କହିଛନ୍ତି ।

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ମହାନଦୀ ଉପରମୁଣ୍ଡରେ ହାରାହାରି ୩୭ମିଲିମିଟର ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ନାହିଁ। ତେଣୁ ବନ୍ୟା ସ୍ଥିତି ନଥିବା ବଳେ ଗତକାଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.