ଲୋକଙ୍କ ପଞ୍ଝାରେ ଅଢ଼େଇ କୋଟିଆ ଠକ, ଷ୍ଟାର ହୋଟେଲରେ ମିଟିଙ୍ଗ୍‌ ରଖି ଲୋକଙ୍କୁ କମ୍‌ ଦିନରେ ଧନି କେମିତି ହେବେ ତାହା ବତାଉଥିଲା

ଷ୍ଟାର ହୋଟେଲରେ ଏକଦମ୍‌ ରାଜକୀୟ ଠାଣି ନେଇ ଲୋକଙ୍କ ସାମ୍ନାକୁ ଯାଉଥିଲା । ଭଲ ଜାଣିଥିଲା ଲୋକଙ୍କୁ ଠକିବାର ଉପାୟ । କେମିତି ଜଣେ ଲୋକ କଥାରେ ଫସିବ ତାର ବେଶ୍‌ ଭଲ ଟ୍ରିକ ଜଣାଥିଲା । କିଏ ବା କାହିଁକି ସନ୍ଦେହ କରିବେ, ସେହି ଅନୁସାରେ ହୋଇଥିଲା ସବୁ ପ୍ଲାନ ସେଟ୍‌ ।

ଭୁବନେଶ୍ୱର (କେନ୍ୟୁଜ) : ଥ୍ରି ଷ୍ଟାର ଫାଇଭ୍‌ ଷ୍ଟାର ହୋଟେଲରେ କରୁଥିଲା ମିଟିଙ୍ଗ । ଷ୍ଟାର ହୋଟେଲରେ ଏକଦମ୍‌ ରାଜକୀୟ ଠାଣି ନେଇ ଲୋକଙ୍କ ସାମ୍ନାକୁ ଯାଉଥିଲା । ଭଲ ଜାଣିଥିଲା ଲୋକଙ୍କୁ ଠକିବାର ଉପାୟ । କେମିତି ଜଣେ ଲୋକ କଥାରେ ଫସିବ ତାର ବେଶ୍‌ ଭଲ ଟ୍ରିକ ଜଣାଥିଲା । କିଏ ବା କାହିଁକି ସନ୍ଦେହ କରିବେ, ସେହି ଅନୁସାରେ ହୋଇଥିଲା ସବୁ ପ୍ଲାନ ସେଟ୍‌ । ପ୍ଲାନିଙ୍ଗ ଏତେ ହାଇ ପ୍ରୋଫାଇଲରେ ହେଇଥିଲା ଯେ ନ ଫସିବା ଲୋକ ବି ଫସିଯାଉଥିଲା ତା ଜାଲରେ । ପୁଣି ଲୋକେ ବିଶ୍ୱାସ୍‌ କରିବେ ବୋଲି ଭୁବନେଶ୍ୱରର ବଡ ବଡ ତାରକା ହୋଟେଲରେ ରଖୁଥିଲା ମିଟିଙ୍ଗ୍‌ । ଭଲ ଲଞ୍ଚ୍‌ ପାର୍ଟି ଡିନର ପାର୍ଟି ଆଉ ଟି ପାର୍ଟୀ ବି ରଖୁଥିଲା । ଏଥିରେ କିଏ ବା କାହିଁକି ସନ୍ଦେହ କରିବାକୁ ଯିବ ।

ମିଟିଙ୍ଗ୍‌ ରଖି ଲୋକଙ୍କୁ କନଭିନ୍ସଡ କରି କମ୍‌ ଦିନରେ ଧନି କେମିତି ହେବେ ତାହା ବତାଉଥିଲା । ଲୋକମାନେ ବି ତା ବାହାପିଆ କଥାରେ ଫସିଯାଉଥିଲେ । ଲୋକଙ୍କୁ କହୁଥିଲା ବ୍ୟାଙ୍କରୁ ଲୋନ୍‌ ଆଣି ଇନଭେଷ୍ଟ କର ଆଉ ପ୍ରୋଫିଟ ଏତେ ଯେ ଆପଣଙ୍କ ମୂଳ ମାତ୍ର କେଇଟା ଦିନରେ ଆପଣ ପାଇଯିବେ । ଅନଏମ୍ପଲଏଡ୍‌ ମାନଙ୍କ ପାଇଁ ଏହା ଏକ ବଢ଼ିଆ ସୁଯୋଗ ବୋଲି କହୁଥିଲା । ଲୋକମାନେ ବି ଏକଦମ୍‌ ବିଶ୍ୱାସ କରିଗଲେ କାହିଁକିନା କମ୍ପାନୀର ଆକ୍‌ଟ ଅନୁଯାୟୀ ସବୁ ଏଗ୍ରିମେଣ୍ଟ ଥିଲା ପରଫେକ୍ଟ । ବାସ୍‌ ଏହିବସୁ ଦେଖି ଜମା କରିଦେଲେ ୧୦ ଲକ୍ଷ ଟଙ୍କା । ବାସ୍‌ ତାପରେ ଆଉ କଣ ହେବ । ଲୋକେ ବିଶ୍ୱାସରେ ଟଙ୍କା ଜମା କରିଚାଲିଲେ ଏପଟେ ବାବୁ ମେଣ୍ଟେନ୍‌ କଲେ ଏକଦମ୍‌ ରାଜକୀୟ ଠାଣି । ବେଶଭୂଷା ବି ସେମିତି ଥିଲା ଯିଏ କେହି ବି ଜାଲରେ ସହଜରେ ପଡିଯିବ । ଲୋକଙ୍କ ଟଙ୍କାରେ ଅଏସ୍‌ ଆରାମ୍‌ କରି କମ୍ପାନୀର ଡାଇରେକ୍ଟର ହୋଇ ବସିଥିଲା ଏହି ହାଇଟେକ୍‌ ଠକ ।

ଲୋକଙ୍କୁ କହୁଥିଲା ୧୦ ଲକ୍ଷ ଜମା କର, ଯାହାପରେ ଆପଣଙ୍କୁ ମିଳିବ ଏକ ଫୁଲଲି ଲୋଡେଡ ଭେଇକିଲ । ଯେଉଁ ଗାଡିରେ ଥିବ ସମସ୍ତ ପ୍ରକାର ଟୁଲ୍ସ ଓ ଇକ୍ୟୁପମେଣ୍ଟସ। ଆଉ ଏହି ଗାଡିର କାମ ହେଲା ଯେତେବେଳେ ଯଦି ରାସ୍ତାରେ କାହାର ଗାଡି ଖରାପ ହେଲା ତାହେଲେ ଏକ ମୋବାଇଲ ଆପରେ ଲଗଇନ୍‌ କରିବା ମାତ୍ରକେ ଏହି ଗାଡି ପହଁଚିଯିବ ସେଠାରେ । କେବଳ ରାସ୍ତା ଘାଟ ନୁହେଁ ଘରେ ବି ଯଦି ଗାଡି ଖରାପ ଥାଏ ଏହି ଗାଡି ଯାଇକି ତାର ସର୍ଭିସ୍‌ ଦେବ । ଆଉ ଲୋକମାନେ ଷ୍ଟ୍ରିମିଙ୍ଗ୍‌ ଦ୍ୱାରା ମରାମତିିର ଲାଇଭ ମଧ୍ୟ ଦେଖିପାରିବେ । ଏମିତି କହି ୟଙ୍ଗମାସଙ୍କୁ ଲୋଭାଉଥିଲା ଏ ହାଇଟେକ ଚୋର ।

କିନ୍ତୁ ସବୁବେଳେ ସମାନ ନଥାଏ । କେତେ ଦିନ ଆଉ ଲୋକମାନଙ୍କୁ ଅନ୍ଧାରରେ ରଖିବେ, ଲୋକେ ବି ନିଜ ଜମା ଟଙ୍କା ବିଷୟରେ ବଚାରିଲେ ଆଉ ବାରମ୍ବାର ଦୌଡିବା ପରେ ପଚାରିବା ପରେ ଶେଷରେ ଜାଣିବାକୁ ପାଇଲେ ଯେ ହୋଇଛନ୍ତି ଏକ ବଡ ଠକାମୀର ଶିକାର । ଯାହାପରେ ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଧରାଇଛନ୍ତି ହାଇଟେକ ଠକକୁ। ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଓ ଷ୍ଟାର୍ଟ ଅପ ନାଁ ରେ ଠକେଇ କରିଛି ଏ ଚୋର। ୩୦ ଜଣଙ୍କ ଠାରୁ ପ୍ରାୟ ଅଢେଇ କୋଟି ଟଙ୍କାର ହୋଇଛି ଠକେଇ ଅଭିଯୋଗ। ଖୁଲାସା କଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ।

ହାଇଫର୍କ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ର ସଂସ୍ଥା ଗୋ ସ୍ପୀଡ଼ ଗୋ ନାଁ ର ଏକ କମ୍ପାନୀ କରି ଠକିଥିବା ଜାଣିବାକୁ ପାଇଛି ପୋଲିସ। କମ୍ପାନୀ ରେଜିଷ୍ଟ୍ରେସନ ଥିବା ଏହି କମ୍ପାନୀର ମୁଖ୍ୟ ସଚିଦାନନ୍ଦ ଭୋଇକୁ ଗିରଫ କରାଯାଇଛି। ଲୋକଙ୍କ ବିଶ୍ବାସଭାଜନ ପାଇଁ 5ଷ୍ଟାର ହୋଟେଲରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଜମା କରିବା ପାଇଁ କହିଥିଲା।ତା ବଦଳରେ ଏକ ଗାଡି ଦେବା ସହିତ ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିବ କମ୍ପାନୀ। କମ୍ପାନୀ ଆକ୍ଟ ଅନୁଯାୟୀ ରେଜିଷ୍ଟର ଥିବାରୁ ଏକ ଏଗ୍ରିମେଣ୍ଟ ହୋଇଥିଲା। ଯେଉଁଥିରେ ବ୍ୟାଙ୍କ ମଧ୍ୟ ରହିଥିଲା। କମ୍ପାନୀ ଏଗ୍ରିମେଣ୍ଟ ଅନୁଯାୟୀ ଲୋନ ବାବଦକୁ ମିଳିଥିବା ଟଙ୍କା ପାଇଥିଲା ସମ୍ପୃକ୍ତ ହାଇଫର କମ୍ପାନୀ। ଏହିଭଳି ମୋଟ ୩୦ ଜଣଙ୍କ ଠାରୁ ୨ କୋଟି ୫୦ ଲକ୍ଷ ଟଙ୍କା ଠକିଛି ସଚିଦାନନ୍ଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.