ତେଲେଙ୍ଗାନାରେ ଫସି ରହିଛନ୍ତି ୨୩ ଶ୍ରମିକ: ଦିଆଯାଉଛି ଅକଥନୀୟ ନିର୍ଯାତନା, ଉଦ୍ଧାର ପାଇଁ ଗୁହାରି

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଜିଲ୍ଲାରେ ଦାଦନ ଦୁଃଖ । ତେଲଙ୍ଗାନାକୁ କାମ କରିବାକୁ ଯାଇ ମାନେଶ୍ୱର ଅଞ୍ଚଳରୁ ୨୩ ଜଣ ମହିଳା ଓ ପୁରୁଷ ଫସି ଯାଇଥିବା ଅଭିଯୋଗ ହୋଇଛି। ବାହାର ରାଜ୍ୟରେ କାମ କରି ଅଧିକ ଟଙ୍କା ରୋଜଗାରର ଆଶା ଦେଖାଇ ବରଗଡର ଜଣେ ବ୍ୟକ୍ତି ସେମାନଙ୍କୁ ୧୫ ଶହ ଟଙ୍କା ଅଗ୍ରୀମ ଦେଇଥିଲେ। ଫଳରେ ଅଧିକ ରୋଜଗାର ଆଶାରେ ଏହି ଶ୍ରମିକମାନେ ତେଲେଙ୍ଗାନାକୁ ଯାଇଥିଲେ ।

ସେଠାରେ ଇଟା ଭାଟିରେ କାମ ପାଇଁ ନିୟୋଜିତ ହୋଇଥିଲେ। ଯିବାର ମାସେ ପରେବି ପରିବାର ଲୋକଙ୍କ ଶହ କୌଣସି ଯୋଗାଯୋଗ ହୋଇପାରିନଥିଲା। ଦିନେ ତେଲେଙ୍ଗାନାରୁ ଜଣେ ଶ୍ରମିକ ଘରକୁ ଫୋନ କରି ନିଜ ଦୁଃଖ କାହାଣୀ କହିଥିଲେ । ସେଠାରେ ସବୁବେଳେ କାମ କରାଇବା ସହ ମନା କଲେ ମାଡ଼ ମାରାଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ।