ଜନ୍ମଦେଇ ଜଞ୍ଜାଳକୁ ଠେଲି ଦେଲେ ବାପା- ମା: ପାଠ ପଢିବା ବୟସରେ ସାନ ଭାଇ ଭଉଣୀଙ୍କ ପେଟର ଭୋକ ବୁଝୁଛି ବଡ଼ ଭଉଣୀ

ବାସୁଦେବପୁର (କେନ୍ୟୁଜ): ଦୁନିଆ କଣ ବୁଝିବା ପୁର୍ବରୁ ବାପା ଘର ଓ ପିଲାଛୁଆଙ୍କୁ ଛାଡି କୁଆଡେ ଚାଲିଯାଇଥିବା ବେଳେ ଏବେ ମାଆ ଚାଲିଗଲେ ଆରପାରିକୁ । ସାହା ଭରସା ବୋଲି କେହି ନାହିଁ। ଯେଉଁ ବୟସରେ ବାପା ମାଆଙ୍କ ଅଭୟ ଛାତ ତଳେ ପିଲା ମାନେ ଭବିଷ୍ଯତ ପାଇଁ ରାହା ଖୋଜିଥାନ୍ତି ସେଇ ବୟସରେ ତିନି ତିନୋଟି ନିର୍ବୋଧ ଶିଶୁକୁ ମଝି ରାସ୍ତାରେ ଛାଡି ବାଟ କାଟିଛନ୍ତି ସ୍ୱାମୀ ସ୍ତ୍ରୀ। ଖେଳକୁଦ ବୟସରେ ଏହି ଅସହାୟ ଦୁଇ ଭଉଣୀଙ୍କୁ ସାହାରା ଯୋଗାଇବା ପାଇଁ ଗୋଟିଏ ମାତ୍ର ଭାଇ ଜସମୁଦ୍ଦିନ ପାଠରେ ଡୋରୀ ବାନ୍ଧିଛି।
ତେବେ ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପୈାରପାଳିକା ୧୫ ନମ୍ବର ଓାର୍ଡ ସାବରପୁର ମୁସଲିମ ସାହିର ହାକିମଉଦ୍ଦିନଙ୍କ୍ ପରିବାରରେ। ହାକିମଉଦ୍ଦିନ୍ ଜଣେ ସରଳ,ନିଷ୍କପଟ ମଣିଷ ଥିଲେ । ସେଥିପାଇଁ ବାସୁଦେବପୁର ସହରର ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ହାକି ବୋଲି ଡାକିଥାନ୍ତି ।୫ ପ୍ରାଣି କୁଟୁମ୍ବଙ୍କ ପେଟ ପୋଷିବା ପାଇଁ ବାସୁଦେବପୁର ସମେତ ବିଭିନ୍ନ ଯାଗାରେ ମୁଲ ଲାଗି କରି ପରିବାର ପ୍ରତିପୋଷଣ କରୁଥିଲା । ହାକିର ଏପରି ସରଳ ଓ ନମ୍ର ଥିବାରୁ ଲୋକମାନେ ତାକୁ ବହୁତ ଭଲ ପାଉଥିଲେ । ହେଲେ ଦୀର୍ଘ ଏକ ବର୍ଷ ହେବ ନିଜର ସ୍ତ୍ରୀ ପିଲା ଛୁଆଙ୍କୁଛାଡି କୁଆଡେ ପଳାଇ ଯାଇଛନ୍ତି। ଘରେ ଦୁଇ ଝିଅ ଓ ପୁଅଙ୍କ ମୁହଁକୁ ଚାହିଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରଘରେ ମୁଲ ଲାଗି ମା ଯାହା ଦୁଇ ପଇସା ରୋଜଗାର ହେଉଥିଲା ସେଥିରେ ପରିବାର ଚଳିଯାଉଥିଲା। ହାକିର ସ୍ତ୍ରୀ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ବହୁବାର ନେତା ମନ୍ତ୍ରୀଙ୍କ ଦ୍ୱାରସ୍ତ ହୋଇଛି। ହେଲେ ଅରକ୍ଷିତକୁ ଦଇବ ସାହା ନ୍ଯାୟରେ ସବୁଥିରୁ ବଂଚିତ ହୋଇ ପରଘର ମୁଲ ଲାଗି ପରିବାର ପୋଷିବା ଛଡା ବିକଳ୍ପ କିଛି ନାହିଁ।
ସେପଟେ ବଡ଼ ଝିଅ ଚାନମୁନି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ବାପା ହାକି ଘରଛାଡି କେଉଁ ଆଡେ ଚାଲିଯାଇଥିବା ବେଳେ ମା ଅମିରୁନି ବିବି ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିଲା। ହେଲେ ଏହି ଦୁଇ ମାସ ହେବ ନିଜର ସ୍ୱମୀ କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯିବା ସାଂଗକୁ ପିଲା ମାନଙ୍କ ଚିନ୍ତା ରେ ମା ମଧ୍ଯ ଅରପାରିକୁ ଚାଲିଗଲା। ଫଳରେ ନିଜ ଭଉଣୀଙ୍କ ଯତ୍ନ ଲାଗି ଶେଷରେ ନିଜେ ପାଠ ପଢା ବନ୍ଦ କରିଛି ସାନ ଭାଇ ଜସମୁଦ୍ଦିନ। ଆଉ ବଡ ଭଉଣୀ ତାର କୁନି କୁନି ଭାଇ ଭଉଣୀ ମାନଙ୍କର ଯତ୍ନ ନେଉଛି । ହେଲେ ଆର୍ଥିକ ସଂକଟ ଲାଗି ଭାଇ ଭଉଣୀ ମାନଙ୍କୁ ପାଠ ପଢାଇ ପାରୁ ନାହିଁ । ସେତିକି ତା ମନରେ ଅବଶୋଷ ରହିଛି ବୋଲି ଦୁଖଭରା କଣ୍ଠରେ ପ୍ରକାଶ କରୁଛି । ପେଟକୁ ଗଣ୍ଡେ ଆହାର ଦେବାପାଇଁ ଅନ୍ଯପଟେ ସାନଭାଇ ଜସମୁଦ୍ଦିନ ନିଜର ପାଠପଡା ବନ୍ଦକରି ପର ଦୁଆରେ ଇଟା ବୋହୁଛି ୧୪ ବର୍ଷର ନାବାଳକ ସାନଭାଇ। ଯାହା ଦୁଇ ପଇସା ଆଣୁଛି ସେଥିରେ ଘର ଚଳାଇବା ସହିତ ସାନ ଭଉଣୀକୁ ପାଠ ମଧ୍ଯ ପଡାଉଛି।
ସେପଟେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ନାହିଁ । ସେଥିପାଇଁ ବିପଦକୁ ମୁଣ୍ଡେଇ ସେହି ଭଙ୍ଗା ଘରେ ରେ ଜୀବନ ବିତାଉଛନ୍ତି ସମସ୍ତେ ରାତି ପାହିଲେ ଭାଇ ଭଉଣୀ ମାନଙ୍କ ସବୁ ଅଳି ଅର୍ଦଳିକୁ ସାମ୍ନା କରି କେତେ ବେଳେ ଅନ୍ଧାରରେ ଆଖିରୁ ଲୁହ ଗଢାଉଛି ତ ଆଉ କେତେ ବେଳେ ଆଲ୍ଲାଙ୍କ ଠାରେ ଏ ଦାରୁଣ ଦୁଃଖ କାହାକୁ ନଦେବା ପାଇଁ ଗୁହାରି କରୁଛି। ଛୋଟ ଛୋଟ ଅନାଥ ଶିଶୁ ମାନଙ୍କୁ ପାଠ ପଡାଇବା ପାଇଁ ସାହାଯ୍ୟ ଯୋଗାଇ ଦେବା ସହିତ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ।