Below header

୨୪ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ନବରଙ୍ଗପୁର ଜିଲ୍ଲାପାଳ, ୧୨ ବର୍ଷ ଧରି ଆସୁ ନ ଥିଲେ ସ୍କୁଲ

ନବରଙ୍ଗପୁର (କେନ୍ୟୁଜ): ବିନା ଛୁଟିରେ ବହୁ ବର୍ଷ ଧରି ଅନୁପସ୍ଥିତି ଥିବାରୁ ୨୪ ଶିକ୍ଷକଙ୍କୁ ନିଲମ୍ବିତ । ନବରଙ୍ଗପୁର ଜିଲ୍ଲାରେ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାର ତଦନ୍ତ ପରେ ଜିଲ୍ଲାରେ ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ସ୍ପଷ୍ଟ ହୋଇଥିଲା । ବ୍ଳକ ଶିକ୍ଷା ବିଭାଗର ରିପୋର୍ଟକୁ ଆଧାର କରି ଏକ ସପ୍ତାହ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ସେଥିରୁ ମାତ୍ର ୬ଜଣ ବିଭିନ୍ନ କାରଣ ଦର୍ଶାଇ ଥିବାର ସେମାନଙ୍କ ଚାକିରି ବଞ୍ଚି ଯାଇଥିବା ବେଳେ ଅନ୍ୟ ୨୪ ଜଣ ୧୫ ଦିନ ମଧ୍ୟରେ କୌଣସି ଉତ୍ତର ରଖିପାରିନଥିଲେ । ଅନ୍ୟପଟେ କାରଣ ଦର୍ଶାଅ ଚିଠି ଜାରି ହେବା ପୂର୍ବରୁ କୋଷାଗୁମୁଡା ବ୍ଳକର ଜଣେ ଶିକ୍ଷକ ଚାକିରି ଛାଡି ଦେଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.