ଯେକୌଣସି ମୋବାଇଲକୁ କେତେ ବର୍ଷ ବ୍ୟବହାର କରିବା ଉଚିତ୍? ଜାଣନ୍ତୁ ଉତ୍ତର

ଆପଣ ବର୍ତ୍ତମାନ ସୁଦ୍ଧା କେତେ ସମୟରେ କେତୋଟି ସ୍ମାର୍ଟଫୋନ୍ ପରିବର୍ତ୍ତନ କରିଛନ୍ତି ? ପୁରୁଣା ଛାଡନ୍ତୁ ଆପଣ ଏହି କଥା କୁହନ୍ତୁ ଏବେ ଯେଉଁ ଫୋନ୍‌ ଆପଣଙ୍କ ହାତରେ ଅଛି ବା ଯେଉଁ ଫୋନ୍‌ ଆପଣ ବ୍ୟବହାର କରୁଛନ୍ତି ତାର ଜୀବନ କାଳ କେତେ ସମୟ? ଅର୍ଥାତ୍‌ ଆମେ କହିବା କଥା ଯେ ଆପଣଙ୍କ ପାଖରେ ଏବେ ଥିବା ସ୍ମାର୍ଟଫୋନକୁ ଆପଣ କେତେ ବର୍ଷ ଧରି ବ୍ୟବହାର କରୁଛନ୍ତି ? କେତେବର୍ଷ ଧରି ଆପଣ ଏହାକୁ ବ୍ୟବହାର କରିବା ଉଚିତ୍ ? ଯଦି ଏହି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ନାହିଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ କହିବୁ ସ୍ମାର୍ଟଫୋନ୍ କେବେ ବଦଳାଯିବା ଉଚିତ୍ । ଏହାର ଲାଇଫ୍ କେତେ ଦିନ? ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା।

କିଛି ଲୋକ ପ୍ରତିବର୍ଷ ଫୋନ୍ ବଦଳାନ୍ତି

କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ପ୍ରତିବର୍ଷ ଫୋନକୁ ପରିବର୍ତ୍ତନ କରନ୍ତି । ଆଉ କିଛି ଜଣ ଲୋକ ଅଛନ୍ତି ଯେଉଁମାନେ ମାତ୍ର କିଛି ବର୍ଷରେ ଅନେକ ଥର ନିଜ ଫୋନ୍ ବଦଳାନ୍ତି । ଏହା କରିବା ପଛରେ ମାର୍କେଟକୁ ଆସିଥିବା ଫୋନର ଏକ ଅପଗ୍ରେଡ୍ ଭର୍ସନ ହୋଇପାରେ ଅବା ଲୋକମାନଙ୍କର ସଉକ୍ ବି ହୋଇପାରେ । ତଥାପି ବହୁତ ଲୋକ ଅଛନ୍ତି, ଯେଉଁମାନେ ଥରେ ଫୋନ୍ କିଣନ୍ତି ଏବଂ ଏହାକୁ ଅତି କମରେ ଦୁଇ ତିନି ବର୍ଷ ବ୍ୟବହାର କରନ୍ତି । କିନ୍ତୁ ଏସବୁ ମଧ୍ୟରେ ସ୍ମାର୍ଟଫୋନର ସେଲଫ୍ ଲାଇଫ୍ କେତେ, ତାହା ଜାଣିବା ମଧ୍ୟ ଜରୁରୀ ।

ସ୍ମାର୍ଟଫୋନ୍ ସେଲଫ୍ ଲାଇଫ୍

ଏକ୍ସପର୍ଟଙ୍କ ଅନୁଯାୟୀ, କୌଣସି କମ୍ପାନୀ ପାଇଁ ଏକ ସ୍ମାର୍ଟଫୋନର ସେଲଫ୍‌ ଲାଇଫ ଭାରତରେ ମାତ୍ର ୯ ମାସ । ଆପଣଙ୍କୁ ସ୍ପଷ୍ଟ କରିଦେବାକୁ ଚାହିଁବୁ ଯେ ଏଠାରେ ଆମେ କମ୍ପାନୀ ବିଷୟରେ କହୁଛୁ । ଏହାର ଅର୍ଥ ହେଉଛି, କୌଣସି କମ୍ପାନୀ ଅନୁଯାୟୀ ସେଲ୍ଫ ଲାଇଫ୍ ହୋଇଥାଏ । ତଥାପି ପାରମ୍ପାରିକ ଭାବରେ ସ୍ମାର୍ଟଫୋନର ସେଲଫ୍ ଲାଇଫ୍ ୧୮ ମାସ । କେତେକ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବରୁ ସ୍ମାର୍ଟଫୋନ୍ ବଜାର ବାର୍ଷିକ ଭାବରେ ଚାଲୁଥିଲା । ତା’ପରେ ବଜାରରେ ପ୍ରତିଯୋଗିତା ବୃଦ୍ଧି ପାଇବାରେ ଲାଗିଲା ଏବଂ ଏହି ଚକ୍ର ହ୍ରାସ ପାଇଲା । ସ୍ମାର୍ଟଫୋନ୍ କମ୍ପାନୀଗୁଡିକୁ ମଧ୍ୟ ଏଥିରୁ ଫାଇଦା ହେବାକୁ ଲାଗିଲା ।

ପ୍ରତିବର୍ଷ ସ୍ମାର୍ଟଫୋନ୍ ବଦଳାଇବା ଠିକ୍ କି?

ଏକ୍ସପର୍ଟଙ୍କ ଅନୁଯାୟୀ, ଯଦି ପ୍ରତିବର୍ଷ ସ୍ମାର୍ଟଫୋନ୍ ବଦଳାଇବାକୁ ପଡେ, ତେବେ ଏହାକୁ ଏକ ଭଲ ଫୋନ୍ ଭାବରେ ବିବେଚନା କରାଯାଇପାରିବ ନାହିଁ । କୌଣସି ସ୍ମାର୍ଟଫୋନ୍ ଏକ ଭଲ ସ୍ମାର୍ଟଫୋନ୍ ସେତେବେଳେ ହେବ, ଯେତେବେଳେ ଏହାର ସେଲଫ୍ ଲାଇଫ୍ ୨ ବର୍ଷ କିମ୍ବା ତା’ଠାରୁ ଅଧିକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.