Below header

ଗଞ୍ଜାମ ଜିଲ୍ଲା ସୋନାପୁର ସମୁଦ୍ର କୂଳରେ ବିଶାଳକାୟ ତିମି, ପଡ଼ିଥିଲା ମତ୍ସ୍ୟଜୀବୀଙ୍କ ଜାଲରେ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଅନ୍ତର୍ଗତ ସୋନାପୁର ସମୁଦ୍ର କୂଳରେ ବିଶାଳକାୟ ତିମି । ଆଜି କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ ଧରାପଡ଼ିଥିଲା ଏହି ବିରାଟ ତିମି ମାଛ । ଏହି ତିମି ମାଛଟି ପ୍ରାୟ ୨୫ ଫୁଟ ଲମ୍ବର । ମତ୍ସ୍ୟଜୀବୀମାନେ ମାଛଟିକୁ ଜାଲରୁ କାଢ଼ି ତାକୁ ଗଭୀର ପାଣିରେ ଛାଡ଼ିବାକୁ ଚେଷ୍ଟା କରିଥିଲେ । ହେଲେ ମାଛଟି ପାଣି ଭିତରକୁ ଯାଇ ନପାରି ପୁଣି କୂଳକୁ ଫେରି ଆସିଥିଲା । ପରେ ଏହି ବିରାଟକାୟ ତିମି ମାଛଟିର ମୃତ୍ୟୁ ଘଟିଛି । ଏହାକୁ ଦେଖିବା ଲାଗି ଏଠାରେ ପ୍ରବଳ ଭିଡ଼ ଲାଗିଛି ।
ଗତ ସପ୍ତାହରେ ଗୋପାଳପୁର ବେଳାଭୂମିରେ ଏକ ବିରାଟ ତିମି ଲାଗିଥିଲା । ଯାହାକୁ ପରେ ସମୁଦ୍ର ଭିତରେ ଛାଡ଼ି ଦିଆଯାଇଥିଲା ।

TIMI-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.