ଗଜପତି ଜିଲ୍ଲା କାଶୀନଗରରେ ଅଶ୍ଳୀଳ ନୃତ୍ୟକୁ ନେଇ ହଇଚଇ, ଜଣାପଡୁ ନାହିଁ ଆୟୋଜକ କିଏ ?

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଗଜପତି ଜିଲ୍ଲା କାଶୀନଗର ଥାନା ଅଂଚଳରେ ଅଶ୍ଳୀଳ ନୃତ୍ୟ । ଆନ୍ଧ୍ରରେ ବ୍ୟାନ୍‌ ହୋଇଥିବା ରେକର୍ଡ଼ ଡ୍ୟାନ୍ସ ଏଠାରେ ଲୁଚାଛପାରେ ପ୍ରଦର୍ଶିତ ହୋଇଥିବା ଦେଖିବାକୁ ମିଳୁଛି । ଚଳିତ ମହା ଶିବରାତ୍ର ପାଇଁ ମେଟା କିଡିଗାଁ ଠାରେ ୯ଦିନ ଧରି ଶ୍ରୀ ଉମାମହେଶ୍ୱର ଭେଙ୍କେଟାପୁର କମିଟି ଦ୍ୱାରା ଆୟୋଜିତ ହୋଇଥିଲା ଜାଗର ଯାତ୍ରା । ଆଜି ଭୋର୍‌ ସମୟରେ ଏହା ଶେଷ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଏଥିରେ ଯେଉଁ ନୃତ୍ୟର ପ୍ରଦର୍ଶନ କରାଯାଇଥିଲା ତାହା ଅଶ୍ଳୀଳତାର ସବୁ ସୀମା ପାର କରି ଯାଇଥିଲା । ସମସ୍ତଙ୍କ ଆଗରେ ମହିଳାଙ୍କ ନଗ୍ନ ନୃତ୍ୟ ଶୁଣିଲେ ଲଜ୍ଜା ଲାଗୁଛି । ତଥାପି ଏହାକୁ ଲୋକେ ଉପଭୋଗ କରୁଥିଲେ ।
ରାତି ଯେତିକି ବଢୁଥିଲା ମଞ୍ଚ ଉପରେ ନର୍ତ୍ତକୀଙ୍କର ସେତିକି ବସ୍ତ୍ର କମୁଥିଲା । ବିଭିନ୍ନ ହିନ୍ଦୀ ଫିଲ୍ମ ଗୀତରେ ନର୍ତ୍ତକୀ ଜଣକ ନାଚି ଚାଲିଥିଲେ । ତା ସହିତ ତାଙ୍କ ଦେହରେ ପାଉଚ୍‌ ପାଣି ମଧ୍ୟ ଢଳା ଯାଉଥିଲା । ଯେମିତି ସମସ୍ତେ ନାଚ ଦେଖିବାରେ ମସଗୁଲ ଥିଲେ । ହେଲେ କେହି ବି ପ୍ରତିବାଦ କରିନଥିଲେ । ପୋଲିସ୍‌ର ଭୂମିକା ସେଠାରେ କଣ ଥିଲା ତାହା ଜଣାପଡ଼ିନାହିଁ ।
ତେବେ କାଶୀନଗର ପୋଲିସ ଏଭଳି ନୃତ୍ୟକୁ ବନ୍ଦ କରାଇବା ପାଇଁ ପ୍ରୟାସ ଜାରି ରଖିଥଇବା କହିଛଇ । ଏଠାରେ କିଛି ଅସାଧୁ ବ୍ୟବସାୟୀ ନିଜ ସ୍ୱାର୍ଥକୁ ନଜରରେ ରଖି ଏହି ଅଶ୍ଳୀଳ ନୃତ୍ୟର ଆୟୋଜନ କରୁଥିବା ଅଭିଯୋଗ ହୋଇଛି । ପୋଲିସ୍‌ ପକ୍ଷରୁ ଠିକଣା ଭାବେ କାର୍ଯ୍ୟାନୁଷ୍ଠାନ କରାଗଲେ ଏହି ଅପସଂସ୍କୃତି ବନ୍ଦ ହୋଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.