ଦଙ୍ଗାରେ ପ୍ରଭାବିତ ଲୋକଙ୍କ ପାଇଁ ଆଜିଠାରୁ ଅନୁକମ୍ପାମୂଳକ ରାଶୀ ପ୍ରଦାନ କଲେ ଦିଲ୍ଲୀ ସରକାର

ଦିଲ୍ଲୀ : ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ଲୋକଙ୍କ ପାଇଁ ଆଜିଠାରୁ ଅନୁକମ୍ପାମୂଳକ ରାଶୀ ପ୍ରଦାନ କରିଛନ୍ତି ଦିଲ୍ଲୀ ସରକାର। ଉତ୍ତରପୂର୍ବର ଦିଲ୍ଲୀର ବିଧାୟକ ତଥା ମନ୍ତ୍ରୀ ଗୋପାଳ ରାଇ ଆଜି ଜିଟିବି ହସ୍ପିଟାଲ ଗସ୍ତ କରି ଆହତଙ୍କୁ ଭେଟି ଏହି ରାଶୀ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଆହତମାନଙ୍କ ପାଇଁ ଦିଲ୍ଲୀ ସରକାର ନଗଦ ୨୦ ହଜାର ଟଙ୍କା ଦେଇଛନ୍ତି। ଦଙ୍ଗାରେ କ୍ଷତିଗସ୍ତଙ୍କ ପରିଚୟ ପତ୍ର ନଥିଲେ ମଧ୍ୟ ମେଡିକାଲର ରେଜିଷ୍ଟରକୁ ଆଧାର କରି ଏହି ରାଶୀ ପ୍ରଦାନ କରାଯାଇଛି। ତେବେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଆହତଙ୍କୁ ମାଗଣା ଚିକିତ୍ସା ସହ ୫ ଲକ୍ଷ ଟଙ୍କା ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.