Below header

ଏଥର ଆଉ ଚଳିବନି ବେସରକାରୀ ସ୍କୁଲର ମନମାନି: ଉପକୃତ ହେବେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲା

ଭୁବନେଶ୍ୱର: ଏଥର ଆଉ ଚଳିବନି ବେସରକାରୀ ସ୍କୁଲର ମନମାନି । ଉପକୃତ ହେବେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲା । ଶିକ୍ଷା ଅଧିକାର ଆଇନ ଅନୁସାରେ ବେସରକାରୀ ସ୍କୁଲରେ ଆର୍ଥିକ ଏମାନଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ । ଭୁବନେଶ୍ୱର ସ୍ଥିତ ଓଡିଶା ସ୍କୁଲ ଶିକ୍ଷା କାଯ୍ୟର୍କ୍ରମ ପ୍ରାଧିକରଣ କାର୍ଯ୍ଯାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଆର.ଟି.ଇ ପାରଦର୍ଶି ପୋର୍ଟାଲ  www.rteparadarshi.odisha.gov.in ପୋର୍ଟାଲର ଉଦଘାଟନ କରିଛନ୍ତି ।

ଏହା ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲା ପଂଜୀକରଣ କରିବା ସହ ଛାତ୍ରଛାତ୍ରୀ ଆବେଦନ କରିପାରିବେ । EWS କୋଟାରେ ନାମଲେଖା ପ୍ରକ୍ରିୟା ଏପ୍ରିଲ ୩୦ ଯାଏ ଚାଲିବ । ଏପଟେ EWS କୋଟାରେ ପିଲା ନାଁ ନଲେଖିବାକୁ ସିଟ ଖାଲିପଡୁଥିବା ଘରୋଇ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ସରକାରଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.