ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବାକୁ କହି ବାଙ୍କୀ କଦଳିବାଡି ପଞ୍ଚାୟତର ୫ ଜଣ ନାବାଳିକାଙ୍କୁ ବନ୍ଧକ: ଖସି ଆସିଲେ ୪, ଫସିରହିଛି ଜଣେ

ବାଙ୍କୀ : ଆନ୍ଧ୍ରପ୍ରଦେଶରେ ନାବାଳିକା ବନ୍ଧକ । ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବାକୁ କହି କାକଟପୁର ଅଞ୍ଚଳର ଜଣେ ମହିଳା ବାଙ୍କୀ ଥାନା କଦଳିବାଡି ପଞ୍ଚାୟତର ୫ ଜଣ ନାବାଳିକାଙ୍କୁ ନେଇଥିଲା । ତେବେ ନିର୍ଯାତନା ସହିନପାରି ୪ ଜଣ ନାବାଳିକା ଖସି ଆସିଥିବା ବେଳେ ଜଣେ ଫସି ଯାଇଥିଲେ ।

ଆଉ ନାବାଳିକାକୁ ଏକ ବନ୍ଦ ଘରେ ବନ୍ଧକ ଅବସ୍ଥାରେ ରଖାଯାଇଥିବାର ଖବର ଦେଇଥିଲେ ଫେରି ଆସିଥିବା ନାବାଳିକା । ବର୍ତ୍ତମାନ ନାବାଳିକାକୁ ଛାଡ଼ିବା ବଦଳରେ ଧମକ ଦେବା ସହ ୧୦ ହଜାର ଟଙ୍କା ମାଗିଛି ମହିଳା ଦଲାଲ ଜଣକ । ଏନେଇ ନାବାଳିକାଙ୍କ ମାଆ ସୁବର୍ଣ୍ଣପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.