Below header

ମଦୁଆ ଗାଡ଼ି ଚାଳକଙ୍କ ଉପରେ ପୋଲିସର କଡ଼ା ନଜର, କେନ୍ଦୁଝର ଜିଲ୍ଲାରେ ୨୬ ଜଣ ମଦୁଆ ଡ୍ରାଇଭର ଗିରଫ

କେନ୍ଦୁଝର (କେ ନ୍ୟୁଜ): ସଂଶୋଧିତ ମୋଟର ଯାନ ଆଇନ ପରେ ମଦୁଆ ଗାଡ଼ି ଚାଳକଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । ରାଜ୍ୟର ୧୪ଟି ଟୋଲ ଗେଟ ସମେତ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ମଦ ପିଇଥିବା ସନ୍ଦେହ ଆସିଲେ ଗାଡ଼ି ଚାଳକଙ୍କୁ ବ୍ରେଥ ଆନାଲାଇଜରରେ ଟେଷ୍ଟ କରାଯାଉଛି । ଏଥିସହ ମଦୁଆ ଡ୍ରାଇଭରଙ୍କୁ ଗିରଫ କରୁଛି ପୋଲିସ । ଗତ ୭ ତାରିଖରୁ ଏ ଯାଏଁ କେନ୍ଦୁଝର ଜିଲ୍ଲାରେ ୨୬ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜିଲ୍ଲାର ୩ ଟି ଟୋଲ ଗେଟ ସମେତ ଅନେକ ଥାନାରେ ନିମୟକୁ କଡା କଡି କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.