Below header

ଆନ୍ଧ୍ର ପ୍ରଦେଶ ଓ କେରଳକୁ ଦାଦନ ଖଟିବାକୁ ଯାଉଥିବା ୨୭ ଜଣ ଦାଦନ ଶ୍ରମିକ ରାୟଗଡ଼ା ରେଳଷ୍ଟେସନରୁ ଉଦ୍ଧାର

ରାୟଗଡ଼ା (କେନ୍ୟୁଜ୍) : ରେଳଷ୍ଟେସନରୁ ୨୭ ଜଣ ଦାଦନ ଶ୍ରମିକ ଉଦ୍ଧାର। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୨ ନାବାଳିକାଙ୍କ ସମତେ ୨୫ଜଣ ମହିଳା ରହିଛନ୍ତି। ଏହି ଘଟଣାରେ ୫ଜଣ ଦଲାଲଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ଗତକାଲି ସଂଧ୍ୟାରେ ତିରୁପତି-ବିଳାସପୁର ଟ୍ରେନରେ ଦାଦନମାନେ ଆନ୍ଧ୍ର ପ୍ରଦେଶ ଓ କେରଳକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଆରପିଏଫ ଓ ଜିଆରପି ପୋଲିସ ସେମାନଙ୍କୁ ଅଟକାଇଥିଲେ। ପଚରାଉଚୁରା ପରେ ସେମାନେ ଦାଦନ ଖଟିବାକୁ ଯାଉଥିବା ଜଣାପଡ଼ିଥିଲା। ପରେ ସେମାନଙ୍କୁ ଜିଲ୍ଲା ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.