ଯାଜପୁର ଧର୍ମଶାଳା ଅଂଚଳର ସୂଚନା ଅଧିକାର କର୍ମୀଙ୍କ ଉପରକୁ ବୋମାମାଡ଼ ଘଟଣା, ୩ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିଲା ବୋମାମାଡ଼। ଏହି ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଯାଜପୁର ପୋଲିସ।

ଗତ ୨୭ତାରିଖ ରାତିରେ ଧର୍ମଶାଳା ଥାନା ଇମାମନଗର ଗାଁରେ ଘଟିଥିଲା ଏହି ଘଟଣା। ଏଥିରେ ଶ୍ରୀ ବେହୁରା ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀ ମଧ୍ଯ ଆହତ ହୋଇଥିଲେ। ଘଟଣା ଦିନ ଅଭିଯୁକ୍ତ ମାନେ ୪ଟି ବୋମା ଫିଙ୍ଗି ଥିବାବେଳେ ଏଥିରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି ଆର। ଆଜି ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.