Below header

ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଧାଡ଼ି ହୋଇ ଛିଡା ହୋଇଥିବା ୩ଟି ବସରେ ଲାଗିଛି ନିଆଁ

ପୁରୀ(କେନ୍ୟୁଜ୍): ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ଲଗାଲାଗି ଛିଡା ହୋଇଥିବା ୩ଟି ବସରେ ଲାଗିଛି ନିଆଁ। ହୂତହୂତ ହୋଇ ନିଆଁ ଜଳିବାରେ ଲାଗିଛି । ବସରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିପଡିଛନ୍ତି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କ୍ଷଣିକ ଭିତରେ ପୋଡ଼ି ପାଉଁଶ ହୋଇଗଲା ବସ୍‌ ।ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ। ବସ ଗୁଡ଼ିକରେ କିପରି ନିଆଁ ଲାଗିଲା ତାହାର ସଠିକ  ସୂଚନା ମିଳିପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.