ଭିନ୍ନ ଏକ ପ୍ରୟାସ, ଆଶ୍ରମ ପକ୍ଷରୁ ଭକ୍ତଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ

କାମାକ୍ଷାନଗର (କେ ନ୍ୟୁଜ୍‌) : ଭକ୍ତ ଓ ଭଗବାନଙ୍କ ସମ୍ପର୍କରେ ସବୁ ବେଳେ ଏକ ଦାନର କଥା ରହିଥାଏ । ଭକ୍ତ ଫଳ, ଫୁଲ ଠାରୁ ଆରମ୍ଭ କରି ବିଭିନ୍ନ ନୈବେଦ୍ୟ ଏବଂ ଅଳଙ୍କାର ଆଦି ପ୍ରଭୁଙ୍କୁ ଅର୍ପଣ କରେ । ଏମିତିକି ଭକ୍ତମାନେ ଅନେକ ଧର୍ମାନୁଷ୍ଠାନକୁ ଅର୍ଥରୁ ଆରମ୍ଭ କରି ସୁନା ଅଳଙ୍କାର ଆଦି ଦାନ କରନ୍ତି । ନିଜ ଶ୍ରଦ୍ଧା ଓ ସାମର୍ଥ୍ୟ ଅନୁଯାୟୀ ଦାନ ଦିଅନ୍ତି ଭକ୍ତ । ଆଉ ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ଲାଭ ଆଶରେ ଏସବୁ କରିଥାନ୍ତି । ମନସ୍କାମନା ପୂର୍ଣ୍ଣ ହୁଏ । ତେବେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅନ୍ତର୍ଗତ ଆଖୁଆପାଳ ମହାବୀର ସଙ୍କଟ ମୋଚନ ପବିତ୍ର ସେବା ଆଶ୍ରମରେ ଏକ ଭିନ୍ନ ଧରଣର ଘଟଣା ଘଟିଛି । ଏଠି ଆଶ୍ରମ ତରଫରୁ ଭକ୍ତଙ୍କୁ ଦିଆଯାଇଛି ଦାନ । ଜଣେ ଭକ୍ତଙ୍କୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଭେଟି ଦିଆଯାଇଛି ।

ତାଳଚେର କଣିହାଁ ଅଞ୍ଚଳର ଦୀପ୍ତି ସାହୁ ନାମକ ଜଣେ ଭକ୍ତଙ୍କୁ ଆଶ୍ରମ ତରଫରୁ ୪୫ଗ୍ରାମର ସୁନା ଅଳଙ୍କାର ଦାନ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ। ଆଶ୍ରମ ମୁଖ୍ୟ ପଣ୍ଡିତ ମୈତ୍ର୍ୟ ବ୍ରହ୍ମହଚାରୀ ଏହି ଅଳଙ୍କାର ଦାନ କରିଛନ୍ତି l

ଆଗାମୀ ଦିନରେ ଆଶ୍ରମ ପକ୍ଷରୁ ଗରିବ ଲୋକମାନଙ୍କୁ ଏହି ଭଳି ସହଯୋଗ ଜାରି ରହିବ ବୋଲି କୁହାଯାଇଛି । ତେବେ ଏହି ଦାନକୁ ଭକ୍ତମାନେ ଗ୍ରହଣ କରିବା ପରେ ତାହାର ସଠିକ ଉପଯୋଗ କରିବେ ଏବଂ ମାନବ ସେବାରେ ହିଁ ଲଗାଇବେ ବୋଲି ଭକ୍ତ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.