Below header

ନୂଆ ଆପ୍‌ ଲଞ୍ଚ୍‌ କଲେ ସୋନୁ ସୁଦ୍‌, ଦେବେ ୧ ଲକ୍ଷ ବେରୋଜଗାରିଆଙ୍କୁ ଚାକିରି

କରୋନା ମହାମାରୀ ଯୋଗୁ ଯେବେଠାରୁ ଲକ୍‌ଡାଉନ ଲାଗିଥିଲା, ସେବେଠାରୁ ଆଜି ପର୍ଯ୍ୟନ୍ତ ବଲିଉଡ୍‌ ଆକ୍ଟର ସୋନୁ ସୁଦ ଲଗାତାର ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଆସୁଛନ୍ତି। ଏହାରି ଭିତରେ ସୋନୁ ପୁଣିଥରେ ଦିନମଜୁରିଆ, ବେରୋଜଗାରିଆ ଲୋକଙ୍କ ପାଇଁ କିଛି କରିବାକୁ ଯାଉଛନ୍ତି।

ନିକଟରେ ସେ ଏକ ଆପ୍‌ ଲଞ୍ଚ୍‌ କରିଛନ୍ତି, ଯେଉଁଥିରେ ସୋନୁ ୧ ଲକ୍ଷ ଲୋକଙ୍କ ପାଇଁ ଚାକିରିର ଅବସର ନେଇ ଆସୁଛନ୍ତି। ଏହି ଖବରକୁ ସୋନୁ ନିଜେ ହିଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ସୋନୁ ଟ୍ଵିଟ୍‌ କରି ଲେଖିଛନ୍ତି କି, ‘ନୂଆ ବର୍ଷ, ନୂଆ ଆଶା। ନୂଆ ଚାକିରିର ଅବସର ଏବଂ ସେହି ଅବସରକୁ ଆପଣଙ୍କ ପାଖକୁ ଆଣିବା। ନୂଆ ଆମେ। ଏବେ ପ୍ରବାସୀ ରୋଜଗାର ହେଉଛି ଗୁଡ୍‌ଓ୍ଵାର୍କର। ଆଜି ହିଁ ଗୁଡ୍‌ଓ୍ଵାର୍କର ଆପ୍ଲିକେଶନକୁ ଡାଉନଲୋଡ କରନ୍ତୁ ଏବଂ ବଢ଼ିଆ ଭବିଷ୍ୟତ ଆଶା ରଖନ୍ତୁ’।

ସେ ଏହା ବି କହିଥିଲେ ଯେ ୧ ଲକ୍ଷ ଲୋକଙ୍କ ପାଇଁ ଚାକିରି ବ୍ୟବସ୍ଥା କରାଯାଉଛି। ଏହି କାମ ଜରିଆରେ ସେ ଆଗାମୀ ୫ ବର୍ଷ ଭିତରେ ପାଖାପାଖି ୧୦ କୋଟି ଲୋକଙ୍କ ଜୀବନ ବଦଳାଇ ଦେବାକୁ ଯୋଜନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.