Below header

ଭଙ୍ଗଯିବନି ଏବର୍ଷର ରଥ, ମ୍ୟୁଜିୟମରେ କିମ୍ବଦନ୍ତୀ ହୋଇରହିବ ୨୦୨୦ର ରଥଯାତ୍ରା

ପୁରୀ(କେନ୍ୟୁଜ୍): ଏବର୍ଷ ଭଙ୍ଗାଯିବନି ଚତୁର୍ଦ୍ଧାମୂର୍ତ୍ତୀଙ୍କ ତିନି ରଥ। ଜଗନ୍ନାଥ ବଲ୍ଲଭ ମଠର ମ୍ୟୁଜିୟମରେ ରଖାଯିବାକୁ ମନ୍ଦିର ପ୍ରଶାସନ ନେଇଛି ନିଷ୍ପତ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ ବୈଠକରେ ଏଭଳି ପ୍ରସ୍ତାବ ଆସିବା ପରେ ଆଜି ମୁଖ୍ୟ ପ୍ରଶାସକ ଏନେଇ ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରିଛନ୍ତି । ତିନି ରଥକୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ରଖାଯିବ। ଯାହାକୁ ଭକ୍ତମାନେ ଦେଖିପାରିବେ । ତେବେ ରଥଗୁଡ଼ିକୁ ଦୀର୍ଘକାଳ ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ହେଲେ ସେଥିପାଇଁ ବିଶେଷଜ୍ଞ ମାନଙ୍କ ପରାମର୍ଶ ନିଆଯିବା ପରେ ରଥକୁ କିପରି ସଂରକ୍ଷିତ କରି ରଖାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଚଳିତ ବର୍ଷ  ବହୁ ଅସୁବିଧା ଓ କଟକଣା ମଧ୍ୟରେ ରଥକାମ ସାରି ରଥଯାତ୍ରା  ସମାପନା ହୋଇଥିଲା । ତେଣୁ  ଏହି ୨୦୨୦ ରଥଯାତ୍ରାକୁ ସ୍କରଣୀୟ କରିବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି କିଛି ଭକ୍ତ। ପ୍ରତ୍ୟେକ ବର୍ଷ ରଥ ଗୁଡ଼ିକ ବ୍ୟବହାର ପରେ ଭଙ୍ଗାଯାଇ ଏହାର ମୁଖ୍ୟ ଅଂଶ ଗୁଡ଼ିକୁ ନିଲାମ କରାଯାଇଥାଏ । ଅବଶିଷ୍ଠ ରଥ କାଠକୁ କୋଠ ଭୋଗ ରୋଷ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । କିନ୍ତୁ ଚଳିତ ବର୍ଷର ରଥକୁ ଭଙ୍ଗାନଯାଇ ମ୍ୟୁଜିୟମରେ ରଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.