ଦେବୀ ନଦୀରେ ୪ ଛାତ୍ର ଭାସିଯିବା ଘଟଣା : ମିଳିଲା ୩ ଜଣଙ୍କ ମୃତଦେହ

ଗତକାଲି ଦୁଇ ଜଣଙ୍କର ମୃତଦେହ ମିଳିଥିବା ବେଳେ ଜଣେ ନିଖୋଜ ଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ନଦୀରେ ପ୍ରଖର ସ୍ରୋତ କାରଣରୁ ତିନିଜଣ ଯୁବକ ଭାସିଯାଇଥିଲେ।

ଜଗତସିଂହପୁର (କେନ୍ୟୁଜ): ଗାଧୋଇବା ବେଳେ ଅଘଟଣ । ଦେବୀ ନଦୀରେ ଗାଧୋଇବାବେଳେ ଭାସିଗଲେ ୩ ସାଙ୍ଗ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦିରେ ଗତକାଲି ଚାରି ଜଣ କଲେଜ ଓ ସ୍କୁଲ ଛାତ୍ର ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ଭାସିଯାଇଥିଲେ ୩ ଜଣ ଛାତ୍ର l

ଖବର ପାଇବା ପରେ ଅଗ୍ନିଶମ ବାହିନୀ ତରଫରୁ ଖୋଜାଖୋଜି କରାଯାଇଥିଲା। ଗତକାଲି ଦୁଇ ଜଣଙ୍କର ମୃତଦେହ ମିଳିଥିବା ବେଳେ ଜଣେ ନିଖୋଜ ଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ନଦୀରେ ପ୍ରଖର ସ୍ରୋତ କାରଣରୁ ତିନିଜଣ ଯୁବକ ଭାସିଯାଇଥିଲେ।