ବାଲେଶ୍ଵର: ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵର ହଳଦୀ ପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଚିରମାର ହୋଇ ଯାଇଛି । ଦୁର୍ଘଟଣା ଫଳରେ ରୋଗୀ ସହ ଆମ୍ବୁଲାନ୍ସ ଡ୍ରାଇଭର, ହେଲ୍ପର ଓ ଫାର୍ମାସିଷ୍ଟ ଗୁରୁତର ଆହତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାଟି ଗତ କାଲି ବିଳମ୍ବିତ ରାତ୍ରି ରେ ଘଟିଥିଲା ।

ଗତକାଲି ଭୋଗରାଇ ଅଞ୍ଚଳରେ ମହୋତ୍ସବ ଭୋଜି ଖାଇ ସଂଖ୍ୟାଧିକ ଲୋକେ ଗୁରୁତର ଆହତ ହେଇଥିଲେ ।ଜଣେ ଗୁରୁତର ଝାଡାବାନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଜଳେଶ୍ଵର ପୁର ହସ୍ପିଟାଲରୁ ବାଲେଶ୍ଵର ବଡ ଡାକ୍ତରଖାନା ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଟି ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ରୋଗୀ ମାନଙ୍କୁ ପୁନଃ ବାଲେଶ୍ଵର ବଡ଼ ଡାକ୍ତରଖାନା କୁ ଅଣାଯାଇ ଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.