ପୁରୀ: ଝିଅକୁ ହତ୍ୟା ଘଟଣାରେ ୩ ମାଲଭାଇ ଅଟକ: ରେଡ୍‌ଫ୍ଲାଗ ମାମଲା ରୁଜୁ କଲା ପୋଲିସ

ଗୋପ(କେନ୍ୟୁଜ୍): ପୁରୀ ଗୋପ ବ୍ଳକ ବିଜିପୁର ଗାଁରେ ଯୁକ୍ତ ୩ ଛାତ୍ରୀଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା ଘଟଣାକୁ ଗୁରୁତର ସହ ନେଇଛି ପୋଲିସ । ରେଡ୍‌ଫ୍ଲାଗ ମାମଲା ଭାବେ ଗ୍ରହଣ କରାଯାଇଛି । ମାମଲାର ଶୀଘ୍ର ତଦନ୍ତ ସାରି କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ । ଡିଏସପି ମନୋବ୍ରତା ଶତପଥୀ ତଦନ୍ତ କରିବେ । ଏଏସପି ତଦନ୍ତର ତଦାରଖ କରିବେ ବୋଲି ପୁରୀ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି । ମୋନାଲି ମହାରଣା ହତ୍ୟା ମାମଲାର ମୃତକଙ୍କ ବାପା ଗିରଫ ହୋଇଥିବା ବେଳେ ୩ ମାଲଭାଇଙ୍କୁ ଗିରଫ କରାଯାଇଛି।

ସେମାନେ ହେଲେ ସୁଶାନ୍ତ ମହାରଣା, ନକୁଳ ମହାରଣା ଓ ଶିବ ମହାରଣା । ତଦନ୍ତ ବେଳେ ମୃତଦେହ ପୋଡ଼ିଥିବାରେ ସହାୟତା କରିଥିବା ନେଇ ଏମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜନ୍ମକଲା ବାପା, ସାବତ ମାଆ ଓ ସାବତ ମାମୁଙ୍କ ସହ ମିଶି ଝିଅ ମୋନାଲି ମହାରଣାଙ୍କୁ ପୋଡି ହତ୍ୟା କରିଥିଲେ । ବର୍ବର ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମଶାଣିକୁ ଧୋଇଦେଇଥିଲେ।

ମୃତକ ବିଜିପୁର ଗାଁର ଦୁର୍ଗାଚରଣ ମହାରଣାଙ୍କ ସାନଝିଅ ମୋନାଲି ମହାରଣା। ସାନଭଉଣୀକୁ ହତ୍ୟା ନେଇ ବଡ଼ଭଉଣୀ ରଶ୍ମିତା ମହାରଣା ଗୋପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁର୍ଗାଚରଣଙ୍କୁ ଗିରଫ କରିଛି। ଗୋପ ପୋଲିସ୍‌ ସହ ସାଇଣ୍ଟିଫିକ୍‌ ଟିମ୍‌ ମଶାଣିକୁ ଯାଇ ପାଉଁଶ ସହ ଜଳି ଯାଇଥିବା ଅସ୍ଥି ଖଣ୍ଡ ଓ ଜଳିଯାଇଥିବା କାଠଖଣ୍ଡକୁ ଜବତ କରିଛି। ଏହା ସହ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ କଲ ରେକର୍ଡ ଯାଞ୍ଚ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.