ଭୋଜି କରିଯିବା ହେଲା କାଳ, ନଦୀରେ ବୁଡ଼ି ୩ ନାବାଳକ ନିଖୋଜ

ଭୋଜି କରିଯିବା ହେଲା କାଳ। ନଦୀରେ ବୁଡ଼ି ୩ ନିଖୋଜ। ସୁନ୍ଦରଗଡ଼ ଇବ ନଦୀରେ ଅଘଟଣ। ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ଇବ ନଦୀକୁ ଏମାନେ ଯାଇଥିଲେ।

ସୁନ୍ଦରଗଡ଼ :  ଇବ ନଦୀରେ ବୁଡ଼ି ତିନି ଜଣ ନାବାଳକ ନିଖୋଜ। ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି  ତିନି ଜଣ ନାବାଳକ ଇବ ନଦୀରେ ଗାଧୋଇବା ବେଳେ ହଠାତ୍ ନଦୀ ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଏପର୍ଯ୍ୟନ୍ତ ତିନି ଜଣ ନାବାଳକଙ୍କ ପତ୍ତା ମିଳି ନାହିଁ।

ତେବେ ତିନି ଜଣ ମଧ୍ୟରୁ ଜଣକର ବୟସ ୧୫, ଜଣକର ୧୨ ଓ ଅନ୍ୟ ଜଣକର ବୟସ ୧୦ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖି ଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ତିନି ଜଣ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ ପହଞ୍ଚି ପରିବାର ଲୋକଙ୍କୁ ଭେଟିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.