ମାଡ଼ି ଆସୁଛି ଖରା, ୧୧ରୁ ଜଳିବ ଓଡ଼ିଶା

ମାଡ଼ି ଆସୁଛି ଖରା। ରାଜ୍ୟରେ ଚଳିତବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ବଢ଼ିବ ଦିନର ତାପମାତ୍ରା। ୪ ରୁ ୬ ଡିଗ୍ରୀ ସେଲସିୟସ ଯାଏଁ ତାତି !!ବୃଦ୍ଧି ପାଇବ।୧୧ ତାରିଖରୁ ଅସହ୍ୟ ହେବ ଗରମ।

ଭୁବନେଶ୍ୱର : ମାଡ଼ି ଆସୁଛି ଖରା । ରାଜ୍ୟରେ ଚଳିତବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ବଢ଼ିବ ଦିନର ତାପମାତ୍ରା। ୪ ରୁ ୬ ଡିଗ୍ରୀ ସେଲସିୟସ ଯାଏଁ ତାତି !!ବୃଦ୍ଧି ପାଇବ। ୧୧ ତାରିଖରୁ ଅସହ୍ୟ ହେବ ଗରମ।  ବାୟୁମଣ୍ଡଳରେ ଶୁଷ୍କତା ବଢିବାର ସମ୍ଭାବନା ଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଇବ । ୧୨ତାରିଖ ପରଠାରୁ ୩ ରୁ ୪ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

୧୨ ଏବଂ ୧୩ ତାରିଖରେ ଅନେକ ସ୍ଥାନର ତାପମାତ୍ରା ୩୮ରୁ ୩୯ଡିଗ୍ରୀ ଛୁଇଁପାରେ । ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡ଼ିଶାର ତାପମାତ୍ରା ୩୮ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।  ସେପଟେ ଏଥର ଖରା ଯେମିତି, ବର୍ଷା ବି ସେମିତି ।  ମୌସୁମୀ ଋତୁର ୪ ମାସ ମଧ୍ୟରୁ ଜୁଲାଇରୁ ସେପଟେମ୍ବର ପର୍ଯ୍ୟନ୍ତ ୩ ମାସ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।  ଉଭୟ ଖରା ଓ ବର୍ଷା ଉପରେ ପ୍ରଭାବ ପକାଉଥିବା ଏଲ-ନିନୋ ବର୍ତ୍ତମାନ ଭାରତ ଉପରେ ସକ୍ରିୟ ରହିଛି ।  ଏହାଦ୍ବାରା ଚଳିତ ବର୍ଷ ପ୍ରବଳ ତାତି ଅନୁଭୂତ ହେବା ନେଇ ପୂର୍ବରୁ ଆକଳନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.