ବିବାହ ପରେ ସ୍ୱାମୀ ସ୍ତ୍ରୀ ଗଲେ ଗୋଶାଳା, ଗୋମାତାଙ୍କ ପୂଜା କରି ଆଶୀର୍ବାଦ ନେଲେ

ବିବାହ ସରିବା ପରେ ଘରକୁ ନ ଯାଇ ପ୍ରଥମେ ଯାଇଥିଲେ ଗୋଶାଳା ପରିସରକୁ । ଗୋମାତାଙ୍କଠାରୁ ଆଶୀର୍ବାଦ ଦେବାକୁ । ଆଉ ଗୋଶାଳାରେ ଆଶୀର୍ବାଦ ନେବା ପରେ ଫେରିଥିଲେ ଘରକୁ । ସେହି ଗୋସେବା ସଂଘ ଆଶ୍ରମକୁ ଯାଇ ଗୋମାତାଙ୍କୁ ପୂଜା କରିବା ସହ ଖାଦ୍ୟ ଦେଇ ଗୋମାତା ମାନଙ୍କର ଆଶୀର୍ବାଦ ନେଇଥିଲେ ।

କଟକ(କେନ୍ୟୁଜ୍‌): ଜନ୍ମ କଲା ମା ପରେ ଗୋମାତା ହେଉଛନ୍ତି ଆମର ଆଉ ଗୋଟିଏ ମା । ତାଙ୍କ ପ୍ରତିଟି ରୁମରେ କୋଟିଏ ଦେବା ଦେବୀ ଅବସ୍ଥିତ । ସେଥିପାଇଁ ତ ଆମେ ତାଙ୍କୁ ପୂଜି ଥାଉ । ହିନ୍ଦୁଧର୍ମ ଶାସ୍ତ୍ରରେ ଗୋମାତାଙ୍କୁ ବହୁତ ପବିତ୍ର ମନାଯାଏ । ଏମିତିକି ଗାଈକୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି ମନାଯାଏ । ଯେମିତି ମାତା ଲକ୍ଷ୍ମୀ ସୁଖ ସମୃଦ୍ଧି ତଥା ଧନାଶିର୍ବାଦ ପ୍ରଦାନ କରିଥାନ୍ତି ସେହିପରି ଗୋମାତା ନିଜ କ୍ଷୀରରେ ସ୍ୱାସ୍ଥ୍ୟ ରୂପି ଧନ ପ୍ରଦାନ କରିଥାନ୍ତି। ଗୋମାତା ଦେହରେ ୩୩ କୋଟି ଦେବାଦେବୀ ବସବାସ କରନ୍ତି ବୋଲି ବିଶ୍ୱାସ ରହିଛି । ପ୍ରଭୁ ଶ୍ରୀକୃଷ୍ଣ ହିଁ ପ୍ରଥମେ ଗୋମାତାଙ୍କୁ ପୂଜା କରିଥିଲେ। ଆଉ ସେବେଠାରୁ ଯୁଗ ଯୁଗ ଧରି ପୂଜା ହୋଇ ଆସୁଛନ୍ତି ଗୋମାତା ।

ତେବେ ଏହି ଗୋମାତାଙ୍କୁ ନେଇ ଅନେକ ସମୟରେ ଅନେକ କଥା ଶୁଣିବାକୁ ମିଳୁଥିବା ବେଳେ ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣି ସମସ୍ତେ ପ୍ରଂଶସା କରିଛନ୍ତି । ଅଗ୍ନିକୁ ସାକ୍ଷୀ ରଖି ବିବାହ ବେଦିରେ ବାହା ହୋଇଥିଲେ ନବ ଦମ୍ପତି । ଆଉ ବିବାହ ସରିବା ପରେ ଘରକୁ ନ ଯାଇ ପ୍ରଥମେ ଯାଇଥିଲେ ଗୋଶାଳା ପରିସରକୁ । ଗୋମାତାଙ୍କଠାରୁ ଆଶୀର୍ବାଦ ନେବାକୁ । ଆଉ ଗୋଶାଳାରେ ଆଶୀର୍ବାଦ ନେବା ପରେ ଫେରିଥିଲେ ଘରକୁ । ସେହି ଗୋସେବା ସଂଘ ଆଶ୍ରମକୁ ଯାଇ ଗୋମାତାଙ୍କୁ ପୂଜା କରିବା ସହ ଖାଦ୍ୟ ଦେଇ ଗୋମାତା ମାନଙ୍କର ଆଶୀର୍ବାଦ ନେଇଥିଲେ । ଏହି ନବଦମ୍ପତି ହେଉଛନ୍ତି କଟକ ପୋତାପୋଖରୀର ନବ ବିବାହିତା ଦମ୍ପତି ଦେବୀ ପ୍ରକାଶ ସାହୁ ଓ ସୁଚିସ୍ମିତା ସ୍ୱାଇଁ । କଟକ ଶିଖରପୁର ସ୍ଥିତ ଶିବ ଶକ୍ତି ନିକଟରେ ତାଙ୍କ ଘର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.