Below header

ଚମ୍ପୁଆ: ସଡକ ଦୁର୍ଘଟଣା ନେଲା ଜୀବନ, ବସ୍‌ ଚାପାରେ ୩ ବାଇକ୍‌ ଆରୋହୀ ମୃତ

କେନ୍ଦୁଝର(କେନ୍ୟୁଜ୍): ସଡକ ଦୁର୍ଘଟଣା ନେଲା ଜୀବନ । ବସ୍‌ ଚାପାରେ ୩ ବାଇକ୍‌ ଆରୋହୀ ମୃତ । ଜଣେ ଗୁରୁତର । ଘଟଣା ଘଟିଛି ଚମ୍ପୁଆ ଥାନା ଉର୍ତ୍ତି ନିକଟରେ । ସୂଚନା ଅନୁସାରେ ଚମ୍ପୁଆ ଥାନା ଶଶାଙ୍ଗ ଗାଁର ଆକାଶ ମହାକୁଡ, ସୁନୀଲ ନାଏକ ଓ ବୁଲୁ ନାଏକ ବାଇକରେ ଅପେରା ଟିକେଟ ଆଣିବା ପାଇଁ ଯାଉଥିଲେ । ଟୋହନି ବଣ୍ଡା ଅରଡେଇ ନାଳ ନିକଟରେ ବାଇକଟି ବିପରୀତ ଦିଗରୁ ଆସୁଥିବା ବସ ବାଡେଇ ହୋଇ ଗାଡି ଭିତରକୁ ପଶି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଆକାଶ ଓ ସୁନୀଲଙ୍କ ମୃତ୍ୟୁ ହୋଇଥିଲା । ସଂକଟାପର୍ଣ୍ଣ ଅବସ୍ଥାରେ ବୁଲୁ ନାଏକଙ୍କୁ ଚମ୍ପୁଆ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.