ଜିଓ ପ୍ଲାନ୍‌କୁ ବୁଝି ପାରିଲେ ତ ? ଆଉ ଟିକେ ଭଲ ଭାବରେ ଜାଣନ୍ତୁ

ମିନିଟ୍‌କୁ ୬ ପଇସା । ଏବେ ଫ୍ରିକଲ୍‌ ଦେଉଥିବା ଜିଓ ଏଇ ଦର ନିର୍ଦ୍ଧାରଣ କରିଛି। ତେଣୁ ଦିନ ରାତି ଜିଓକୁ ବ୍ୟବହାର କରୁଥିବା ଗ୍ରାହକ ଏବେ ଚିନ୍ତାରେ । ଜିଓ ପ୍ରଥମେ ରସଗୋଲା ଖୁଆଇ ଏବେ ଗୁଲୁଗୁଲା ଦେଉଛି । ତେଣୁ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ୱାଭାବିକ । ତେବେ କିଛି ଲୋକ ଯେଉଁ ବିଭ୍ରାନ୍ତି ଭିତରେ ଅଛନ୍ତି ତାକୁ ଆଜି ଜିଓ ପକ୍ଷରୁ ଦୂର କରାଯାଇଛି । ଯେମିତିକି ଅକଟୋବର ୯ ତାରିଖରୁ ଲାଗୁ ହୋଇଥିବା ଏହି ନୂଆ ଦରରେ ପୂର୍ବରୁ ରିଚାର୍ଜ କରିଥିବା ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି କି ନାହିଁ । ସତକଥା ହେଉଛି ଅକଟୋବର ୯ ପୂର୍ବରୁ ୩୯୯ ଟଙ୍କାର ରିଚାର୍ଜ କରିଥିବା ବ୍ୟକ୍ତି ପୂର୍ବ ପରି ୮୪ ଦିନର ଫ୍ରିକଲ୍‌ ପାଇବେ । ସେମାନେ ଅନ୍ୟ ନେଟ୍‌ଓ୍ଵାର୍କକୁ ମଧ୍ୟ ମାଗଣାରେ କଲ୍‌ କରି ପାରିବେ । ତେବେ ୮୪ ଦିନ ସରିଗଲେ ଏହା ପରେ ତାଙ୍କୁ ନୂଆ ଦରରେ ରିଚାର୍ଜ କରିବାକୁ ହେବ । ଅକଟୋବର ୯ ପରେ ଯେଉଁମାନେ ରିଚାର୍ଜ କରିବେ ସେମାନେ କେବଳ ଜିଓରୁ ଜିଓକୁ ମାଗଣା କଲ୍‌ କରି ପାରିବେ ଏବଂ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କଲେ ପଇସା କଟିବ ।

ତେବେ ଯେଉଁମାନେ ବର୍ଷିକିଆ ପ୍ଲାନ୍‌ରେ ଅନ୍ତର୍ଭୁକ୍ତ ହୋଇଥିଲେ ସେମାନଙ୍କୁ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।

JIO-1

Leave A Reply

Your email address will not be published.