ମାଉଣ୍ଟ ଏଲବୃଷରେ ତ୍ରିରଙ୍ଗା ଉଡାଇଲେ ଓଡିଆ ଝିଅ, କହିଲେ ଜୟ ମା ସମଲାଇ

ବରଗଡ(କେନ୍ୟୁଜ୍): ରୁଷିୟାର ସର୍ବବୃହତ୍ତମ ଗିରିଶୃଙ୍ଗ ମାଉଣ୍ଟ ଏଲବୃଷରେ ଉଡିଲା ତ୍ରିରଙ୍ଗା। ଶୁଭିଲା ଜୟ ମା ସମଲାଇ। ଏହାକୁ କରିଦେଖାଇଛନ୍ତି ଓଡିଆ ଝିଅ ଲିପିକା ସେଟ।  ବରଗଡର ଡଲବା ଗ୍ରମାର ଲିପିକା ସେଟ  ରୁଷିୟାର ସମୟ ସକାଳ ୯ଟାରେ ୧୮,୫୧୦ଫୁଟ ଉଚ୍ଚର ସର୍ବବୃହତ୍ତମ ଗିରିଶୃଙ୍ଗ ମାଉଣ୍ଟ ଏଲବୃଷରେ ତ୍ରୀରଙ୍ଗା ପତାକା ଉଡାଇଛନ୍ତି। ଯାହ ଦେଶ ଓ ରାଜ୍ୟ ପାଇଁ ଗର୍ବ ଆଣିଦେଇଛି।

ଏହା ସହ ପଢନ୍ତୁ: ମେସ୍କିକୋର ମରିଟା ଦ୍ୱୀପରେ ରହିଛି ‘ହିଡନ ବିଚ୍‌’, ଯେଉଁଠି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା ବୋମା ପରୀକ୍ଷଣ

ପିତା ଲକ୍ଷ୍ମଣ ସେଟ ଓ ମା ଅନୁସୟା ସେଟଙ୍କ ଦ୍ବିତୀୟ ଝିଅ ଅଟନ୍ତି ଲିପିକା। ଏହି ପର୍ବତାରୋହଣ ଅଭିଯାନ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇ ଗତ କାଲି ଶେଷ ହୋଇଥିଲା। ଏଥିରେ ବହୁ ଦେଶର ପ୍ରତିଯୋଗୀ ସାମିଲ ହୋଇଥିଲେ। ଗତ ୫ ତାରିଖ ଦିନ ଲିପିକା ମଧ୍ୟାହ୍ନ ୧ଟାରେ ଆଡଭାନ୍ସ ବେସକ୍ୟାମ୍ପ ଛାଡି ଶେଷ ପର୍ବତାରୋହଣ ଯାତ୍ରା ଆରମ୍ଭ କରିଥିଲେ।  ପରଦିନ ସକାଳୁ ଲିପିକା ପର୍ବତର ଶିଖରରେ ପହଞ୍ଚି ଜାତୀୟ ସଙ୍ଗୀତ ଗାନ କରିବା ସହ ପତାକା ଉଡାଇଥିଲେ। ଲିପିକାଙ୍କୁ ଏହି ଶିଖରରେ ପହଞ୍ଚାଇବା ପାଇଁ ପର୍ବତାରୋହୀ ନୃସିଂହ ସାହୁ ବିଶେଷ ସହାୟତା କରିଥିଲେ।

ଏହା ସହ ପଢନ୍ତୁ: ଜାଣନ୍ତି କି ସମୁଦ୍ର ମଧ୍ୟରେ ବି ଅଛି ବିରାଟ ବିରାଟ ଗୁମ୍ଫା, ଜାଣନ୍ତୁ ଏହାର ରହସ୍ୟ

ଲିପିକା ସେଟ ପୂର୍ବରୁ ୨୦୧୮ରେ  ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ କିଲମାଂଜାରୋ ୫,୮୯୫ ମିଟର ଉଚ୍ଚତାକୁ ସପଳତାର ସହ ଆରୋହଣ କରିଥିଲେ।  ଲିପିକାଙ୍କୁ  ଏହି ପର୍ବତାରୋହଣ ପାଇଁ ବରଗଡର ଏକ ବେସରକାରୀ ଶିକ୍ଷା ସଂସ୍ଥା  ୫୦,୦୦୦ ଟଙ୍କାର ସହାୟତା ଦେଇଥିଲା।  ଲିପିକା ଆଗକୁ ଡିସେମ୍ବର ୨୫ରେ ଦକ୍ଷିଣ ଆମେରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଆକଙ୍କଗୁଆର ୬,୯୬୨ମିଟର ଉଚ୍ଚତାକୁ ଆରୋହଣ କରିବା ପାଇଁ ଲକ୍ଷ୍ୟ ରଖିଥିବାର କହିଛନ୍ତି। ଏଥିପାଇଁ ଆବଶ୍ୟକୀୟ ୧୨ ଲକ୍ଷ ଟଙ୍କ  ସହାୟତା ପାଇଁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି ଲିପିକା।

 

Leave A Reply

Your email address will not be published.