Below header

ବିଲେଇକୁ କରିଥିଲେ ବର୍ବର ହତ୍ୟା,  କୋର୍ଟ ହତ୍ୟାକରୀଙ୍କୁ ଦେଲେ ୯୧୦୦ ଟଙ୍କାର ଜରିମାନା

ମୁମ୍ବାଇର ଏକ ଅଦାଲତ ଉପନଗର  ଚୈମ୍ବୁରରେ ଏକ ବିଲେଇର ହତ୍ୟାକାରୀ ୪୦ ବର୍ଷିୟ ସଞ୍ଜୟ ଗଢେ ଉପରେ ୯୧୦୦ ଟଙ୍କାର ଜରିମାନାର ରାୟ ଶୁଣାଇଛନ୍ତି।  ଘଟଣାଟି  ଗତ ବର୍ଷର ବୋଲି ଜଣା ପଡିଛି। ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଆରଏସ ପଜାନକର ପୁର୍ବବର୍ଷ ସଞ୍ଜୟ ଗଢକୁ ଭାରତୀୟ ଦଣ୍ଡ ସଂହିତା ଓ ପଶୁ ଉପରେ କ୍ରୁରତା ଆଚରଣ ଅଭିଯୋଗରେ ଦୋଷୀ ଦର୍ଶାଇଥିଲେ।  ଅଭିଯୋଗକାରୀଙ୍କ ମୁତାବକ ଗତବର୍ଷ ମଇ ୨୦୧୮ରେ ସଞ୍ଜୟ ଗଢେ ଗୋଟିଏ ବିଲେଇକୁ ଅତି ନିର୍ମମ ଭାବେ ମାରିଦେଇଥିଲେ ଓ ମାରିବା ପରେ ସେହି ବିଲେଇଟିକୁ ଇନ୍ଦିରା ନଗରରେ ଫୋପାଡି ଦେଇଥିଲେ। ଏହି ଘଟଣାରେ ଏକ ଅଭିଯୋଗ ଆରସିଏଫ ପୋଲିସ ଥାନାର ଏସ ଆଇ ନିରାଲି ରୋହିତ ପଞ୍ଜିକରଣ କରିଥିଲେ। ଅଭିଯୁକ୍ତ ନିଜ ଦୋଷକୁ ସ୍ବିକାର କରିସାରିଥିଲା । ତେଣୁ ଅଦାଲତ କହିଥିଲେ ଅଭିଯୁକ୍ତ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ନାହିଁ। ଏଥିପାଇଁ ତାଙ୍କୁ  ସଜ୍ଜା ଶୁଣାଇବାରେ କିଛି କେହାଳ କରାଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.