ଗାଧୋଇବା ବେଳେ ବୁଡ଼ିଗଲେ ୫ ସାଙ୍ଗ, ୩ ଛାତ୍ରଙ୍କ ସଲିଳ ସମାଧି

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଲାଙ୍ଗୁଡ଼ି ଅଞ୍ଚଳର ୫ଜଣ ସାଙ୍ଗ ଗାଧୋଇବା ବେଳେ ବୁଡି ଯାଇଥିଲେ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ୩ଜଣ ବୁଡି ଯାଇଥିଲେ ।

ଭଦ୍ରକ(କେନ୍ୟୁଜ୍): ୩ ଛାତ୍ରଙ୍କ ସଲିଳ ସମାଧି । ଗାଧୋଇବା ବେଳେ ବୁଡ଼ିଗଲେ ୫ଜଣ ସାଙ୍ଗ । ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ନାଳିଆ ନଦୀରେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମାଞ୍ଚଳ ଥାନା ଅଧିନ ଲାଙ୍ଗୁଡ଼ି ଅଞ୍ଚଳର ୫ଜଣ ସାଙ୍ଗ ଗାଧୋଇବା ବେଳେ ବୁଡି ଯାଇଥିଲେ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ୩ଜଣ ବୁଡି ଯାଇଥିଲେ । ମୃତକ ହେଉଛନ୍ତି ପ୍ରଣୟ ଲେଙ୍କା , ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ ଜେନା । ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର । ସେମାନଙ୍କ ଘର କୋରକରା ଅଞ୍ଚଳର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.