Below header

ଆଇପିଏଲ୍‌ ୨୦୨୩ : ଆଜି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

ଆଜିର ଆଇପିଏଲରେ ପରସ୍ପରକୁ ଟକ୍କର ଦେବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଡେଭିଡ ଓ୍ଵାର୍ଣ୍ଣର । ପ୍ରଥମ ମ୍ୟାଚ ଜିତି ଗୁଜରାଟର ମନୋବଳ ଦୃଢ ରହିଥିବା ବେଳେ ଦିଲ୍ଲୀ ଲକ୍ଷ୍ନୌ ସୁପରଜିଆଣ୍ଟସ ଠାରୁ ହାରିଥିବା ମ୍ୟାଚର ପ୍ରତିଶୋଧ ନେବ ।

ଆଜିର ଆଇପିଏଲ୍‌ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲ ସିଜିନର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ଗୁଜରାଟ ଟାଇଟନ୍ସ ବିଜୟ ଅଭିଯାନ ଆରମ୍ଭ କରିଛି । ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍ ଖେଳିବ ଗୁଜରାଟ ଟାଇଟନ୍ସ।

କେନ୍ ୱିଲିୟମସନଙ୍କ ଆଣ୍ଠୁରେ ଆଘାତ ଯୋଗୁଁ ସଂପୂର୍ଣ୍ଣ ଆଇପିଏଲ୍‌ ସିରିଜରୁ ବାଦ୍‌ ପଡିଛନ୍ତି ଗୁଜରାଟ ଟାଇଟନ୍ସର ଏହି ଷ୍ଟାର ଖେଳାଳି । ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ଜିତି ଗୁଜରାଟର ମନୋବଳ ଦୃଢ ରହିଛି । କିନ୍ତୁ ଦିଲ୍ଲୀ ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସଠୁ ପରାଜିତ ହୋଇଥିବାରୁ ଆଜିର ମ୍ୟାଚରେ ସମସ୍ତ ଚେଷ୍ଟା କରିବ ।

ଦିଲ୍ଲୀ କ୍ୟାପିଟାଲ୍ସ : ଡେଭିଡ ଓ୍ଵାର୍ଣ୍ଣର, ପୃଥ୍ଵୀ ଶ, ମିଚେଲ ମାର୍ସ, ଲଳିତ ଯାଦବ, ସରଫରାଜ ଖାନ୍‌, ରୋଭମାନ ପାେଓ୍ଵଲ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଚେତନ ସରାକିୟା, ଖଲିଲ ଅହମଦ, ମୁକେଶ କୁମାର ।

ଗୁଜରାଟ ଟାଇଟନ୍ସ : ରିଦ୍ଧିମାନ ଶାହ, ଶୁବମନ ଗିଲ୍‌, ମାଥ୍ୟୁ ଓ୍ଵାଡେ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ରାହୁଲ ଟେଓ୍ଵାତିଆ, ରାସିଦ ଖାନ, ମହମ୍ମଦ ସାମି, ଯୋଶୁଆ ଲିଟିଲ, ୟଶ ଦୟାଲ, ଆଲଜେରା ଜୋସେଫ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.